ଭୁବନେଶ୍ୱର,୧୯/୦୯: ମହାନଦୀ ତଳ ମୁଣ୍ଡରେ ନିର୍ମାଣ ହେବ ୧୭ ଗୋଟି ବନ୍ଧ, ୧୫ ଗୋଟି ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ଏବଂ ୪୪ ବ୍ୟାରେଜ । ଏଥିପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ହୀରାକୁଦ ଉପର ମୁଣ୍ଡରେ ଛତିଶଗଡ ଦ୍ବାରା ନିର୍ମିତ ଜଳସେଚନ ପ୍ରକଳ୍ପ, ବିଭିନ୍ନ ଶିଳ୍ପ ଭିରିକ ବ୍ୟାରେଜ, ଆନିକଟ ଇତ୍ୟାଦି ନିର୍ମାଣ ହେବା ପରେ ଜଳସଂକଟର ମୁକାବିଲା ପାଇଁ ଓଡ଼ିଶା ସରକାର ନ୍ୟାୟିକ, ପ୍ରଶାସନିକ ଓ ରାଜନୈତିକ ସ୍ତରରେ ପଦକ୍ଷେପ ଗ୍ରହଣ କରିଛନ୍ତି ।