ଭୁବନେଶ୍ୱର,୨୫/୦୧: ମାଘ ସପ୍ତମୀ ଅବସରରେ ଅର୍କକ୍ଷେତ୍ର କୋଣାର୍କର ଚନ୍ଦ୍ରଭାଗା ତଟରେ ଶ୍ରଦ୍ଧାଳୁଙ୍କ ଭିଡ଼ । ଶ୍ରଦ୍ଧାଳୁମାନଙ୍କ ବିଶ୍ୱାସ ଅନୁଯାୟୀ, ମାଘସପ୍ତମୀ ଦିନ ଚନ୍ଦ୍ରଭାଗାରେ ସ୍ନାନ କଲେ ସମସ୍ତ ପାପ କ୍ଷୟ ହୁଏ ଓ ସୁଖ-ଶାନ୍ତି ଲାଭ ହୁଏ। ଏହି ମେଳାରେ ଶହ ଶହ ସାଧୁ ସନ୍ଥଙ୍କର ସମାଗମ ହୋଇଛି । ଏହି ପବିତ୍ର ଅବସରରେ ସାଧୁ–ସନ୍ଥଙ୍କ ଦର୍ଶନ ପାଇବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିଛି । ଦୁଇ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ପବିତ୍ର ବୁଡ଼ ପକାଇ ଧର୍ମୀୟ ସ୍ନାନ କରି ପୁଣ୍ୟ ଅର୍ଜନ କରିଛନ୍ତି । ନିର୍ଦ୍ଧାରିତ ସମୟ ଅନୁଯାୟୀ ଭୋର ୪ଟା ୫୧ ମିନିଟରେ ନିନିଠାକୁରଙ୍କ ସ୍ନାନ ସମ୍ପନ୍ନ ହେବା ପରେ ସକାଳ ୫ଟା ୧ ମିନିଟରେ ସର୍ବସାଧାରଣ ଗୁଡ଼ ପକାଇବା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ତିନି ଠାକୁରଙ୍କ ସ୍ନାନ ପର୍ବତ୍ର ଜଳ ତୀର୍ଥ ପୁଷ୍କରିଣୀରେ ପକାଯାଇଥିଲା । ଏହା ପରେ ସାଧୁ ସନ୍ଥ ଓ ବୟନଧାରୀ ମାନେ ସ୍ନାନ କରିଥିଲେ, ତା’ପରେ ସାଧାରଣ ଶ୍ରଦ୍ଧାଳୁଙ୍କ ସ୍ନାନ ଆରମ୍ଭ ହୋଇଥିଲା ।