ରାଜନଗରରେ ରାକ୍ଷୀପୂର୍ଣ୍ଣିମାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ, ୪ଜଣଙ୍କୁ ଅଟକ ରଖିଛି ପୋଲିସ

ଭୁବନେଶ୍ୱର,୧୨/୦୮: କେନ୍ଦ୍ରାପଡ଼ା ରାଜନଗରରେ ଚାଞ୍ଚଲ୍ୟ। ଦଶମ ଶ୍ରେଣୀ ନାବାଳିକା ଛାତ୍ରୀକୁ ଟେକିନେଇ ଗଣ ଦୁଷ୍କର୍ମ ଅଭିଯୋଗ କରିଛନ୍ତି । ରାଜନଗର ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ରାକ୍ଷୀପୂର୍ଣ୍ଣିମାରେ ଗଣଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ସମ୍ପର୍କୀୟ ପିଉସାଙ୍କ ସମେତ ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳର ୪ ଯୁବକଙ୍କୁ ଉଠାଇ ଆଣି ଜେରା କରୁଛି ରାଜନଗର ପୁଲିସ୍ । ସୂଚନା ଅନୁସାରେ, ରାକ୍ଷୀପୂର୍ଣ୍ଣିମା ଦିନ ରାକ୍ଷୀ ପୁର୍ଣିମା ଦିନ ସମ୍ପର୍କୀୟ ପିଇସା ଛାତ୍ରୀଙ୍କୁ ନେଇ ଭାଲୁକୁଣି ମୂର୍ତ୍ତ କିଣିବାକୁ ମୋଟର ସାଇକେଲରେ ଔପଦା ଯାଇଥିଲେ । ମୂର୍ତ୍ତି ଆଣିବାକୁ ଡାକି ପ୍ରଥମେ ଗର୍ଜନପୁର – ଗୋସିଗାଁ ରାସ୍ତାରେ ଥିବା ପମ୍ପ ହାଉସ ଘର ଓ ପରେ କୁନ୍ଦୁପୁର ଗ୍ରୀଡ଼ ଥିବା ନିଛାଟିଆ ରାସ୍ତାକୁ ନେଇ ଯାଇଥିଲେ। ସେଠାରେ ପିଉସା ନାବାଳିକା ସହିତ ଦୁଷ୍କର୍ମ କରୁଥିବାବେଳେ, ସେଠାରେ ମଦ ପିଉଥିବା ଅନ୍ୟ ଯୁବକମାନେ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲେ । ଏହି ଘଟଣା ସମ୍ପର୍କରେ ପୀଡିତା ନିଜ ଘରେ ଜଣାଇଥିଲେ । ପିଇସାର ଘଟଣାରେ ସମ୍ପୃକ୍ତି ଥିବାରୁ କିଛି ଲୋକ ଏହାକୁ ସମାଧାନ ପାଇଁ ଉଦ୍ୟମ କରିଥିଲେ। ଦୁଇ ଦିନ ଧରି ଉଦ୍ୟମ ହୋଇଥିଲେ ମଧ୍ୟ ସମାଧାନ ହୋଇ ପାରିନଥିଲା। ଫଳରେ ଗତକାଲି ବିଳମ୍ବିତ ରାତିରେ ରାଜନଗର ଥାନାରେ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଦୁଷ୍କର୍ମକାରୀ ପୀଡିତାଙ୍କ ଫଟୋ ଓ ଭିଡିଓ କରି ଭାଇରଲ କରିଥିବା ସୂଚନା ବି ମିଳିଛି। ଘଟଣାରେ ପୁଲିସ ସମ୍ପର୍କୀୟ ପିଇସାଙ୍କ ସମେତ ଅନ୍ୟ ୪ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି।