ଭୁବନେଶ୍ୱର,୦୮/୦୮: କେନ୍ଦ୍ରାପଡ଼ା ଛାତ୍ରୀ ମୃତ୍ୟୁ ଘଟଣାରେ ବଡ଼ ଅପ୍ଡେଟ୍ ଆସିଛି । ଆତ୍ମାହୁତି ଦେଇଥିବା ପୁରୁଷ ବନ୍ଧୁଙ୍କୁ ଚେନ୍ନାଇରୁ ଉଠାଇ ଆଣିଛି ପୁଲିସ । ଏହାପରେ ଖୁବଶୀଘ୍ର ଯୁବତୀଙ୍କ ମୃତ୍ୟୁର ରହସ୍ୟ ଖୋଲିବ ବୋଲି ଆଶା କରାଯାଉଛି । ଗତକାଲି ପଟ୍ଟାମୁଣ୍ଡାଇ ଛାତ୍ରୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଶବ ବ୍ୟବଚ୍ଛେଦ ପରେ ପୀଡ଼ିତାଙ୍କ ଘରେ ପହଞ୍ଚିଥିଲା ମୃତଦେହ । ପରିବାର ଲୋକଙ୍କ ଦର୍ଶନ ପରେ ଶ୍ମଶାନରେ ହୋଇଛି ଅନ୍ତିମ ସଂସ୍କାର । ଶବ ସତ୍କାର ବେଳେ ପୂରା ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ଛାତ୍ରଙ୍କ ପୁରୁଷ ବନ୍ଧୁ ବ୍ଲାକମେଲ୍ କରୁଥିଲେ ବୋଲି ମୃତ ଛାତ୍ରୀଙ୍କ ବାପା ଯେଉଁ ଅଭିଯୋଗ କରିଥିଲେ। ସେପଟେ ଛାତ୍ରୀ ଜଣକ ପୂର୍ବରୁ ଅଭିଯୋଗ କରିବାକୁ ଯାଇଥିବା ବେଳେ ଏଏସଆଇ ଶୈଳେନ୍ଦ୍ର ପଲାଇ ଫେରାଇ ଦେଇଥିଲେ । ଏସ୍ପି କହିଛନ୍ତି, ମୃତ ଛାତ୍ରୀଙ୍କ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ପାଇବା ପରେ ତଦନ୍ତ ତ୍ୱରାନ୍ୱିତ ହେବା । ସେପର୍ଯ୍ୟନ୍ତ ଶୈଳେନ୍ଦ୍ର ପଲାଇ ପୋଲିସ ମୁଖ୍ୟାଳୟରେ ରହିବେ । ଗତ ଅଗଷ୍ଟ ୬ ତାରିଖରେ ପଟ୍ଟାମୁଣ୍ଡାଇରେ ଜଣେ ଛାତ୍ରୀ ନିଜକୁ ଜାଳି ଆତ୍ମହତ୍ୟା କରିଦେଇଥିଲେ ।