ରାଜ୍ୟରେ ପୁଣି ଜଣେ ଯୁବତୀ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇଦେଲେ

ଭୁବନେଶ୍ୱର,୦୬/୦୮: ରାଜ୍ୟରେ ପୁଣି ଏକ ରୋମଟାଙ୍କୁରା ଘଟଣା ଘଟିଛି । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଜଣେ ଯୁବତୀ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇ ଦେଇଛନ୍ତି । ଗୁରୁତର ଭାବେ ପୋଡ଼ିଯିବା କାରଣରୁ ତାଙ୍କର ମୃତ୍ୟୁ ହୋଇଯାଇଛି । ତେବେ ଯୁବତୀ ଜଣକ କେଉଁ କାରଣରୁ ଏଭଳି ଏକ ଚରମ ପଦକ୍ଷେପ ନେଲେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ପାରିପାର୍ଶ୍ୱିକ ସ୍ଥିତି ଓ ପରିବାର ଲୋକଙ୍କ ବୟାନ ଆଧାରରେ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି । ଅନ୍ୟପଟେ କେନ୍ଦ୍ରାପଡ଼ାରେ ଛାତ୍ରୀ ଆତ୍ମଦାହ ଘଟଣା , ତୁରନ୍ତ ହସ୍ତକ୍ଷେପ କଲେ ଡିଜିପି । କେନ୍ଦ୍ରାପଡ଼ା ଏସ୍‌ପିଙ୍କୁ ପୁଲିସ ଡିଜିଙ୍କ ନିର୍ଦ୍ଦେଶ । ଅନ୍ୟପଟେ ଛାତ୍ରୀଙ୍କ ବାପା ଆଣିଲେ ସାଂଘାତିକ ଅଭିଯୋଗ । କହିଲେ , ହାରାସମେଣ୍ଟ୍‌ ହୋଇ ଝିଅ ସୁଇସାଇଡ୍‌ କରିଦେଲା । ମୁଁ ପୁଅର ନାମ ଜାଣି ନାହିଁ , ତାଙ୍କର ବ୍ରେକ୍‌ଅପ୍‌ ହୋଇଯାଇଛି । ସେ ବାରମ୍ବାର ବ୍ଲାକ୍‌ମେଲ୍‌ କରୁଥିଲା ପୁରୁଷବନ୍ଧୁ । ସୋସିଆଲ ମିଡିଆରେ ଫଟୋ ଛାଡ଼ିବା ସହ କିରାସିନି ପକାଇ ମାରିଦେବାକୁ ଧମକ ଦେଉଥିଲା । ଗ୍ରାମାଞ୍ଚଳ ଥାନାରେ ୬ ମାସ ପୂର୍ବେ ଅଭିଯୋଗ କରିଥିଲୁ । ଲିଖିତ ଅଭିଯୋଗ କରିବାକୁ କହିଥିଲା ପୁଲିସ । ମାନସିକ ନିର୍ଯାତନା ଅସହ୍ୟ ହେବାରୁ ମୋ ଝିଅ ଜଳିଗଲା ।