ଅବକାରୀ ଦୁର୍ନୀତି ମାମଲା, ଅରବିନ୍ଦ କେଜ୍ରିୱାଲ ଓ ମନୀଷ ସିସୋଦିଆଙ୍କୁ ଦୋଷମୁକ୍ତ କଲେ କୋର୍ଟ

ନୂଆଦିଲ୍ଲୀ,୨୭/୦୨: ବହୁ ଚର୍ଚ୍ଚିତ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ସମସ୍ତ ୨୩ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି। ସିବିଆଇ ଦ୍ବାରା ଦାଖଲ କରାଯାଇଥିବା ଅଭିଯୋଗଫର୍ଦ୍ଦକୁ ଗ୍ରହଣ କରିବାକୁ କୋର୍ଟ ମନା କରିବା ସହିତ ମାମଲା ପରିଚାଳନା ପାଇଁ ସିବିଆଇ ପାଖରେ ଯଥେଷ୍ଟ ପ୍ରମାଣ ନାହିଁ ବୋଲି କହିଥିଲେ । ଏହି ମାମଲାର ଶୁଣାଣିବେଳେ କେଜ୍ରିୱାଲ ଓ ସିସୋଦିଆ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ । କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରି କହିଥିଲେ ଯେ, ଅବକାରୀ ନୀତିରେ କୌଣସି ବ୍ୟାପକ ଷଡ଼ଯନ୍ତ୍ର କିମ୍ବା ଅପରାଧିକ ଅଭିସନ୍ଧି ନଥିଲା। କୋର୍ଟ କେଜ୍ରିୱାଲଙ୍କ ସମେତ ସମସ୍ତ ୨୩ ଅଭିଯୁକ୍ତଙ୍କ ବିରୋଧରେ ମାମଲା ବନ୍ଦ କରିଦେଇଛନ୍ତି । ସିବିଆଇକୁ ତ୍ରୁଟିପୂର୍ଣ୍ଣ ଯାଞ୍ଚ ପାଇଁ କୋର୍ଟ ଭର୍ତ୍ସନା କରିବା ସହିତ ଏହାଦ୍ବାରା ଉପସ୍ଥାପନ କରାଯା‌ଇଥିିବା ବିସ୍ତୃତ ଅଭିଯୋଗ ଫର୍ଦ୍ଦରେ ଅନେକ ତ୍ରୁଟି ରହିଛି ବୋଲି କହିଥିଲେ। ପ୍ରାଥମିକ ଦୃଷ୍ଟିକୋଣରୁ ଏଥିରୁ କୌଣସି ମାମଲା ହେଉନାହିଁ ବୋଲି କହିଛନ୍ତି। କୋର୍ଟ ଆହୁରି ମଧ୍ୟ କହିଥିଲେ ନିରପେକ୍ଷ ଶୁଣାଣି ପାଇଁ ନିରପେକ୍ଷ ତଦନ୍ତ ଜରୁରୀ ଅଟେ। କିନ୍ତୁ ଏହି ମାମଲାରେ ତାହା ଦେଖିବାକୁ ମିଳିନାହିଁ ।

Leave a Reply

Your email address will not be published. Required fields are marked *