ଏପ୍ରିଲ ୨୨ତାରିଖରୁ ଭକ୍ତଙ୍କ ପାଇଁ ଖୋଲାଯିବ କେଦାରନାଥ ମନ୍ଦିରର ଦ୍ଵାର

ନୂଆଦିଲ୍ଲୀ,୧୫/୦୨: ଏପ୍ରିଲ ୨୨ତାରିଖରୁ ଭକ୍ତଙ୍କ ପାଇଁ କେଦାରନାଥ ମନ୍ଦିରର ଦ୍ଵାର ଖୋଲାଯିବ। ମନ୍ଦିର ପ୍ରଶାସନ ତରଫରୁ ଯତା ରୀତିନୀତି ସହ ଏହି ଘୋଷଣା କରାଯାଇଥିବା ବେଳେ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଏପ୍ରିଲ ୨୨ତାରିଖ ଦିନ ବୃଷ ଲଗ୍ନ ପଡ଼ୁଥିବାରୁ ଏହି ଦିନଟିକୁ ଶୁଭ ବୋଲି ମନାଯାଉଛି, ତେଣୁ ଏହି ଦିନ ସକାଳ ପ୍ରାୟ ୮ଟାରେ ମନ୍ଦିର ଦ୍ଵାର ଫିଟିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି। କେଦାରନାଥ ମନ୍ଦିର ଖୋଲିବାର ଗୋଟିଏ ଦିନ ପରେ, ଅର୍ଥାତ୍ ଏପ୍ରିଲ ୨୩ତାରିଖ ସକାଳ ପ୍ରାୟ ୬:୧୫ ରେ ଭକ୍ତମାନଙ୍କ ପାଇଁ ବଦ୍ରିନାଥ ମନ୍ଦିରର ଦ୍ୱାର ଖୋଲାଯିବ । ସେପଟେ ସରକାର ଓ ସ୍ଥାନୀୟ ପ୍ରଶାସନ ଚାରିଧାମର ଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ରାସ୍ତା ମରାମତି କାମ ଆରମ୍ଭ ହୋଇଛି। ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଉଛି। ପଞ୍ଜିକରଣ ବ୍ୟବସ୍ଥାକୁ ସହଜ କରାଯାଉଛି, ହୋଟେଲ୍ ଓ ଧର୍ମଶାଳାରେ ଆଗୁଆ ବୁକିଂ ଆରମ୍ଭ ହୋଇଯାଇଛି। ଶ୍ରଦ୍ଧାଳୁମାନେ କିପରି ବିନା ସମସ୍ୟାରେ ବାବାଙ୍କ ଦର୍ଶନ କରି ଫେରିବେ ସେଦିଗରେ ଗୁରୁତ୍ବ ଦିଆଯାଉଛି ।

Leave a Reply

Your email address will not be published. Required fields are marked *