ନୂଆଦିଲ୍ଲୀ,୦୬/୦୩: କର୍ଣ୍ଣାଟକ ସରକାର ୧୬ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସାମାଜିକ ଗଣମାଧ୍ୟମ ବ୍ୟବହାର ଉପରେ ପ୍ରତିବନ୍ଧ ଲଗାଇବାକୁ ଯାଉଛନ୍ତି । ଛୋଟ ପିଲାଙ୍କ ମଧ୍ୟରେ ସ୍ମାର୍ଟଫୋନ ବ୍ୟବହାର ବୃଦ୍ଧି,ଅନଲାଇନ ନିରାପତ୍ତା ଓ ଅଧିକ ସମୟ ଫୋନରେ ସମୟ ଦେବା ଉପରେ ରାଜ୍ୟ ସରକାର ଚିନ୍ତା ପ୍ରକଟ କରିଛନ୍ତି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ୨୦୨୬-୨୭ ରାଜ୍ୟ ବଜେଟ୍ ଉପସ୍ଥାପନ କରିବା ଅବସରରେ ଶୁକ୍ରବାର ଏହି ଘୋଷଣା କରିଛନ୍ତି ।କର୍ଣ୍ଣାଟକ ସରକାର ଏପରି ପଦକ୍ଷେପ ନେବାରେ ପ୍ରଥମ ରାଜ୍ୟ ହେବ । ଏହାପୂର୍ବରୁ ଆନ୍ଧ୍ର ପ୍ରଦେଶ ଓ ଗୋଆ ସରକାର ମଧ୍ୟ ଛୋଟ ପିଲାଙ୍କ ସାମାଜିକ ଗଣମାଧ୍ୟମ ବ୍ୟବହାର ଉପରେ କଟକଣା ଲଗାଇବା ଉପରେ ଚିନ୍ତା କରୁଥିଲେ । କର୍ଣ୍ଣାଟକ ସରକାର ଏନେଇ ଅନେକ ଦିନ ହେଲା ଚିନ୍ତା କରି ଆସୁଥିଲେ।