ନୂଆଦିଲ୍ଲୀ,୧୨/୦୮: ଜଷ୍ଟିସ୍ ଯଶଓ୍ୱନ୍ତ ବର୍ମାଙ୍କ ବିରୋଧରେ ବଡ଼ ଆକ୍ସନ । ଲୋକସଭା ବାଚସ୍ପତି ଓମ୍ ବିର୍ଲା ଜଷ୍ଟିସ୍ ବର୍ମାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଗମ୍ଭୀର ବୋଲି ଗ୍ରହଣ କରି ଏହି ମାମଲାର ଯାଞ୍ଚ ପାଇଁ ୩ ଜଣିଆ କମିଟି ଗଠନ କରିଛନ୍ତି । ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି ଯେ, ଭାରତର ତତ୍କାଳୀନ ମୁଖ୍ୟ ବିଚାରପତିଙ୍କ ନିଜ ରାୟରେ ଏହି ଘଟଣାର ଜରୁରୀ ଯାଞ୍ଚ କରିବା ପାଇଁ କହିଛନ୍ତି । ଏହାସହ ଅଭିଯୋଗକୁ ଦେଖି ଆବଶ୍ୟକୀୟ ପଦକ୍ଷେପ ନେବାକୁ ମଧ୍ୟ ଜଣାଇଛନ୍ତି । ତେଣୁ ଏହାକୁ ଦେଖି ସେ ଏକ ୩ ଜଣିଆ କମିଟି ଗଠନ କରିଛନ୍ତି ।
ଦିଲ୍ଲୀ ହାଇକୋର୍ଟର ପୂର୍ବ ବିଚାରପତି ଜଷ୍ଟିସ୍ ଯଶଓ୍ୱନ୍ତ ବର୍ମାଙ୍କ ସରକାରୀ ଆବାସରେ ଚଳିତ ବର୍ଷ ନିଆଁ ଲାଗିଯାଇଥିଲା । ଏହାପରେ ଦମକଳ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ହେଲେ ଏହି ସମୟରେ କିନ୍ତୁ ସେଠାରେ ବହୁ ପରିମାଣରେ ଅଧା ଜଳା ନୋଟ ମିଳିଥିଲା । ଯାହାକି ସେ ସମୟରେ ବିବାଦ ସୃଷ୍ଟି କରିଥିଲା ।