ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କ୍ୟାନ୍‌ସର

ନୂଆଦିଲ୍ଲୀ,୧୯/୦୫: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ କ୍ୟାନ୍‌ସରରେ ପୀଡିତ । ବାଇଡେନ୍ ପ୍ରୋଷ୍ଟେଟ୍ କ୍ୟାନ୍‌ସରରେ ପୀଡ଼ିତ ଥିବା ନେଇ ସୂଚନା ମିଳିଛି । ଏନେଇ ତାଙ୍କ ଅଫିସ୍ ପକ୍ଷରୁ ସୂଚନା ଦିଆଯାଇଛି । ମୂତ୍ରାଶୟରେ ଅସୁବିଧା ପରେ ଗତସପ୍ତାହରେ ଡାକ୍ତରମାନେ ତାଙ୍କୁ ଚେକ୍ ଅପ୍ କରିଥିଲେ । ଏହାପରେ ବାଇଡେନ୍ ପ୍ରୋଷ୍ଟେଟ୍ କ୍ୟାନ୍‌ସରରେ ପୀଡ଼ିତ ଥିବା ଜଣାପଡ଼ିଛି । ୮୨ ବର୍ଷୀୟ ବାଇଡେନ୍ ଏବେ ଡାକ୍ତରୀ ଦଳଙ୍କ ନୀରିକ୍ଷଣରେ ଅଛନ୍ତି ।  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ ବାଇଡେନଙ୍କ ଆରୋଗ୍ୟ କାମନା କରିଛନ୍ତି ।

Leave a Reply

Your email address will not be published. Required fields are marked *