ବିଧାୟକ ଭାବେ ଶପଥ ନେଲେ ଜୟ ଢୋଲକିଆ

ଭୁବନେଶ୍ୱର, ୨୦/୧୧: ନବ ନିର୍ବାଚିତ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ବିଧାୟକ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ଆଜି ତାଙ୍କୁ ବାଚସ୍ପତି ସୁରମା ପାଢୀ ତାଙ୍କ ଶପଥ ପାଠ କରାଇଛନ୍ତି । ଶପଥ ଗ୍ରହଣ ଉତ୍ସବରେ ଢୋଲକିଆଙ୍କ ମା, ପତ୍ନୀଙ୍କ ସମେତ ବିଜେପିର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ୨୦୨୪ ବିଧାନସଭା ନିର୍ବାଚନରେ ରାଜେନ୍ଦ୍ର ଢୋଲକିଆ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ହେଲେ ୨୦୨୫ ମସିହାରେ ଅସୁସ୍ଥତା ଯୋଗୁ ତାଙ୍କର ଦେହାନ୍ତ ହୋଇଥିଲା । ଏହାପରେ ନୂଆପଡ଼ାରେ ଉପନିର୍ବାଚନ ଲାଗି ତାରିଖ ଘୋଷଣା କରାଯାଇଥିଲା। ୨୦୨୫ ମସିହା ନଭେମ୍ବର ୧୧ ତାରିଖରେ ନୂଆପଡ଼ାରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ନଭେମ୍ବର ୧୪ରେ ହୋଇଥିବା ଭୋଗ ଗଣତିରେ ଜୟ ଢୋଲକିଆ ବିପୁଳ ସଂଖ୍ୟାରେ ବିଜୟୀ ହୋଇଥିଲେ । ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ସ୍ନେହାଙ୍ଗିନୀ ଛୁରିଆ ଏବଂ କଂଗ୍ରେସର ଘାସିରାମ ମାଝୀଙ୍କୁ ଜୟ ଢୋଲକିଆ ପରାଜିତ କରିଥିଲେ।