ନୂଆଦିଲ୍ଲୀ,୦୭/୦୮: ଜମ୍ମୁ କାଶ୍ମୀରର ଉଦ୍ଧମପୁର ଜିଲ୍ଲାରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏଠାରେ ବସନ୍ତଗଡ଼ରେ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (CRPF) ଯବାନଙ୍କ ଗାଡ଼ି ଏକ ଗଭୀର ଘାଇକୁ ଖସି ପଡ଼ିଛି । କଣ୍ଡୱା ଅଞ୍ଚଳ ନିକଟରେ ଏହି ଦୁଃଖଦ ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଦୁଇ ଜଣ CRPF ଯବାନଙ୍କର ମୃତ୍ୟୁ ହୋଇଛି । ଏଥିସହିତ ୧୬ ଜଣ ଯବାନ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ କମାଣ୍ଡ ହସ୍ପିଟାଲ ନିଆଯାଉଛି । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ଉପସ୍ଥିତ ଅଛନ୍ତି । କେନ୍ଦ୍ରମନ୍ତ୍ରୀ ଡାକ୍ତର ଜିତେନ୍ଦ୍ର ସିଂ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ।