ନୂଆଦିଲ୍ଲୀ,୧୬/୦୫: ଜମ୍ମୁକାଶ୍ମୀରରେ ସେନାକୁ ବଡ଼ ସଫଳତା ମିଳିଛି। ଲଗାତାର ୪୮ ଘଣ୍ଟା ଅପରେସନରେ ୬ ଜଣ ଆତଙ୍କୀ ନିପାତ । ଏନେଇ ଆଜି ସେନା ଏବଂ ଜମ୍ମୁ କାଶ୍ମୀର ପୁଲିସ ପକ୍ଷରୁ ମିଳିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଜମ୍ମୁ କାଶ୍ମୀର ସୋଫିଆନ ଅଞ୍ଚଳରେ ୪୮ ଘଣ୍ଟା ଭିତରେ ଦୁଇଟି ସଫଳ ଅପରେସନ ହୋଇଥିବା ନେଇ କାଶ୍ମୀର ଆଇଜି ଭିକେ ବିରଡି କହିଛନ୍ତି । କେରାନ ଏବଂ ତ୍ରାଲ ଅଞ୍ଚଳରେ ଦୁଇଟି ଅପରେସନରେ ୬ ଆତଙ୍କୀଙ୍କୁ ନିପାତ କରିଛି ସେନା । ପୂରା ଆତଙ୍କବାଦୀଙ୍କୁ ସଫା କରିବାକୁ ସେନା ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି କାଶ୍ମୀର ଆଇଜି। ପହଲଗାମ ଆତଙ୍କୀ ଆକ୍ରମଣ ପରେ ଜମ୍ମୁ- କାଶ୍ମୀର ଘାଟିରେ ଲଗାତାର ସର୍ଚ୍ଚ ଅପରେସନ୍ ଲାଗି ରହିଛି । ଏହାପରେ ବି ସେଠାରେ ଏକାଧିକ ଆତଙ୍କୀ ଛପି ରହିଥିବା ସୂଚନା ଥିବାରୁ ସେଠାରେ ଏବେବି ସର୍ଚ୍ଚ ଅପରେସନ୍ ଜାରି ରହିଛି ।