ଭୁବନେଶ୍ୱର,୧୨/୦୧: ବର୍ଷ ଆରମ୍ଭରୁ ଫେଲ୍ ମାରିଲା ଇସ୍ରୋ ମିସନ୍ । ମହାକାଶରେ ଦିଗହରା ହେଲା ପିଏସ୍ଏଲ୍ଭି ରକେଟ୍ । କକ୍ଷପଥରେ ପହଞ୍ଚି ପାରିଲାନାହିଁ ସାଟେଲାଇଟ୍ । ଯାନ୍ତ୍ରିକ ତ୍ରୁଟି ନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁସାରେ ଲଞ୍ଚିଂର ତୃତୀୟ ଚରଣରେ ଏଭଳି ତ୍ରୁଟି ଦେଖିବାକୁ ମିଳିଛି ।
କକ୍ଷପଥରେ ଅବସ୍ଥାପିତ ହୋଇପାରିଲାନି ଅନ୍ୱେଷା ସାଟେଲାଇଟ। ଅନ୍ୟ ୧୪ଟି ସାଟେଲାଇଟ ମଧ୍ୟ ନିର୍ଦ୍ଧାରିତ କକ୍ଷପଥରେ ପହଞ୍ଚି ପାରିଲାନି। ଆଜିର ଅଭିଯାନରେ ପ୍ରାୟ ୬ଟି ଦେଶର ସାଟେଲାଇଟ ସାମିଲ ଥିଲା। ଓଡ଼ିଶାର ସିଜିୟୁସାଟ୍-୧ ମଧ୍ୟ ମହାକାଶକୁ ଯାଇଥିଲା। ଉତକ୍ଷେପଣର ୩୮୦ ସେକେଣ୍ଡ ଯାଏଁ ସବୁକିଛି ଠିକ୍ ଚାଲିଥିଲା। PSLVର ପ୍ରଥମ ୨ଟି ପର୍ଯ୍ୟାୟ ଠିକ୍ ଭାବେ କାର୍ଯ୍ୟ କରିଥିଲା। ତୃତୀୟ ପର୍ଯ୍ୟାୟ ଇନ୍ଧନ ପ୍ରଜ୍ଜ୍ଵଳନରେ ସମସ୍ୟା ଉପୁଜିଥିବା ସୂଚନା ମିଳିଛି। ପ୍ରାୟ ୩୦୦ କିମି ଉଚ୍ଚତାରେ ନିର୍ଦ୍ଧାରିତ ଗତିପଥରୁ ବିଚ୍ୟୁତ ହେଲା ରକେଟ।