ନୂଆଦିଲ୍ଲୀ, ୦୪/୦୩: ଇରାନ ସହ ଆମେରିକା ଓ ଇସ୍ରାଏଲର ଯୁଦ୍ଧ ଭିତରେ ଇରାନ ଏକ ଜାହଜ ଉପରେ ଜୋରଦାର ହମଲା କରିଛି । ଶ୍ରୀଲଙ୍କା ତଟବର୍ତ୍ତି ଅଞ୍ଚଳରେ ଏକ ବୁଡାଜାହାଜରୁ ଆକ୍ରମଣ ହୋଇଥିବା ଜଣାପଡିଛି। ଜାହାଜରେ ୧୦୦ ଅଧିକ ଲୋକଙ୍କ ପତ୍ତା ମିଳୁନି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଅଧିକାଂଶ ଲୋକ ନିଖୋଜ ଥିବା ଜଣାପଡିଛି। ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରଣାଳୟ କହିଥିଲା ଯେ ଦେଶର ସେନା ବାହିନୀ ବୁଡ଼ି ଯାଉଥିବା ଗୋଟିଏ ଇରାନର ଜାହାଜରୁ ୩୨ ଜଣଙ୍କୁ ଉଦ୍ଧାର କରିଛନ୍ତି । ସେମାନଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି । ୭ ଜଣଙ୍କୁ ଜରୁରୀ ଚିକିତ୍ସା ପ୍ରଦାନ କରାଯାଉଥିବା ବେଳେ ଅନ୍ୟମାନେ ସମାନ୍ୟ ଆହତ ହୋଇଛନ୍ତି।