ନୂଆଦିଲ୍ଲୀ,୦୭/୦୫: ପହଲଗାମ ଆତଙ୍କ ହମଲା ପରେ ଅପରେସନ୍ ସିନ୍ଦୂରରେ ପାକିସ୍ତାନ ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରିଛି ଭାରତ। କିନ୍ତୁ ଏହି ଅପରେସନ ପରେ ବଦଳିଲା ଆଇପିଏଲ ମ୍ୟାଚର ସ୍ଥାନ । ଧର୍ମଶାଳାରେ ହେବାକୁ ଥିବା ମ୍ୟାଚ୍ ୱାଙ୍ଖଡେରେ ହେବ । ଏହି ମ୍ୟାଚ୍ ମେ’ ୧୧ ରେ ପଞ୍ଜାବ କିଙ୍ଗସ୍ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବ । ଯୁଦ୍ଧକାଳୀନ ସ୍ଥିତିକୁ ଦୃଷ୍ଟିରେ ରଖି ଧର୍ମଶାଳା ଏୟାରପୋର୍ଟକୁ ବନ୍ଦ ରଖାଯାଇଥିବାରୁ ମ୍ୟାଚ୍ ସ୍ଥାନରେ ପରିବର୍ତ୍ତନ କରାଯାଇଛି । ମଙ୍ଗଳବାର ରାତିରେ ପିଓକେରେ ଭାରତୀୟ ବାୟୁସେନା ଆକ୍ରମଣ କରିବା ପରେ ଦେଶର ୧୦ରୁ ଅଧିକ ଏୟାରପୋର୍ଟକୁ ବନ୍ଦ ରଖାଯାଇଛି । ୨ଶହରୁ ଅଧିକ ବିମାନ ଚଳାଚଳକୁ ବାତିଲ କରାଯାଇଛି ।