କଟକରେ ମୋବାଇଲ ଇଣ୍ଟରନେଟ୍‌ ସେବା ବନ୍ଦ, ଆସନ୍ତାକାଲି କଟକ ବନ୍ଦ ଡାକରା ଦେଲା…

ଭୁବନେଶ୍ୱର,୫/୧୦: ଦୁର୍ଗାପୂଜା ଭସାଣ ବେଳେ ଗଣ୍ଡଗୋଳ ଘଟଣାକୁ ନେଇ ଆସନ୍ତାକାଲି ବନ୍ଦ ଡାକରା ଦେଇଛି ବିଶ୍ୱ ହିନ୍ଦୁ ପରିଷଦ । ପରିସ୍ଥିତି ସମ୍ବେଦନଶୀଳ ଥିବାରୁ କଟକରେ ମୋବାଇଲ ଇଣ୍ଟରନେଟ୍‌ ସେବା ବନ୍ଦ ରଖାଯାଇଛି । ହ୍ୱାଟସ୍‌ଆପ୍‌, ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍, ସ୍ନାପ୍‌ଚାଟ୍‌ ଆଦି ଚଳାଇ ପାରିବେନି ୟୁଜର୍ସ । ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମ ସେବା ବି ବନ୍ଦ ରହିବ । ୨୪ ଘଣ୍ଟା ପାଇଁ କଟକଣା ଜାରି କଲା ପ୍ରଶାସନ । ସେପଟେ ଶାନ୍ତି ରକ୍ଷା ପାଇଁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି ପୁଲିସ । ଗଣ୍ଡଗୋଳ ହୋଇଥିବା ସ୍ଥାନରେ ଆଜି ପୁଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି । ସେପଟେ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବିରେ କାଲି କଟକ ବନ୍ଦ ଡାକରା ଦେଇଛି ବିଶ୍ୱ ହିନ୍ଦୁ ପରିଷଦ ।