ଭୁବନେଶ୍ୱର,୧୨/୦୬: ଭଦ୍ରକରେ ଗୋଷ୍ଠୀ ସଂଘର୍ଷରେ ଗୁରୁତର ଯୁବକଙ୍କ ମୃତ୍ୟୁ ଘଟଣାରେ ୨୪ ଘଣ୍ଟିଆ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ଉତ୍ତେଜନାକୁ ଦୃଷ୍ଟିରେ ରଖି ଏହିପରି ନିଷ୍ପତ୍ତି ନିଆଯାଇଛି । ଆଜି ସକାଳ ୬ଟାରୁ ଆସନ୍ତାକାଲି ସକାଳ ୬ଟା ଯାଏଁ ଇଣ୍ଟରନେଟ ସେବା ବନ୍ଦ ରହିବ । ଭଦ୍ରକ ପୌରାଞ୍ଚଳ, ଭଦ୍ରକ ବ୍ଲକ, ତିହିଡିରେ ଇଣ୍ଟରନେଟ ସେବା ବନ୍ଦ ରହିବ । ସେହିପରି ଧାମନଗର ବ୍ଲକ, ଧାମନଗର ପୌରାଞ୍ଚଳରେ ମଧ୍ୟ ଇଣ୍ଟରନେଟ ସେବା ଠପ୍ ରହିବ । ଆଇନଶୃଙ୍ଖଳାକୁ ଆଖିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଏହାଛଡ଼ା ସମ୍ୱେଦନଶୀଳ ଅଞ୍ଚଳରେ ୨୭ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଗତ ମେ ୩୦ତାରିଖରେ ହୋଇଥିବା ଗୋଷ୍ଠୀ ସଂଘର୍ଷରେ କଷଟି ଗାଁର ସନ୍ତୋଷ ପରିଡ଼ାଙ୍କୁ ୨୦ରୁ ଅଧିକ ଲୋକେ ଆକ୍ରମଣ କରିଥିଲେ । ଆକ୍ରମଣ ପରେ ଗୁରୁତର ଅବସ୍ଥାରେ ରାଜଧାନୀର ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଚିକିତ୍ସାଧିନ ଅବସ୍ଥାରେ ସନ୍ତୋଷ ଆଖି ବୁଜିଛନ୍ତି । ଏହି ଘଟଣାରେ ପୁଲିସ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୧୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେପେଟ ଏହି ଘଟଣା ପରେ କଷଟି, ଦେଉଳା ଓ ଜୟପୁରଠାରେ ପୁଲିସ ଫୋର୍ସ ମୁତୟନ କରାଯାଇଛି ।