ଇଂଲଣ୍ଡକୁ ୭ ରନ୍‌ରେ ପରାସ୍ତ କଲା ଭାରତ, ବିଜୟ ସହ ଫାଇନାଲରେ ପହଁଚିଲା

ନୂଆଦିଲ୍ଲୀ,୦୫/୦୩: ଭାରତ ସେମିଫାଇନାଲରେ ଇଂଲଣ୍ଡକୁ ୭ ରନ୍‌ରେ ପରାସ୍ତ କରିଛି । ଏହି ବିଜୟ ସହ ଟିମ୍ ଇଣ୍ଡିଆ ଫାଇନାଲରେ ନିଜର ସ୍ଥାନ ପକ୍କା କରିଛି । ମାର୍ଚ୍ଚ ୮ ତାରିଖରେ ଖେଳାଯିବାକୁ ଥିବା ଟାଇଟଲ ପାଇଁ ମୁକାବିଲାରେ ଭାରତର ସାମ୍ନା ନ୍ୟୁଜିଲାଣ୍ଡ ସହିତ ହେବ । ଟି-୨୦ ବିଶ୍ୱକପ୍ ଇତିହାସରେ ଭାରତ ଚତୁର୍ଥ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି ।ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ୨୫୩ ରନ୍‌ର ଏକ ବିଶାଳ ସ୍କୋର ଛିଡ଼ା କରିଥିଲା । ଏହାର ଜବାବରେ ଇଂଲଣ୍ଡ ଦଳ ୨୪୬ ରନ୍ କରିବାକୁ ସକ୍ଷମ ହୋଇଥିଲା ଏବଂ ମ୍ୟାଚକୁ ୭ ରନ୍‌ରେ ହାରିଯାଇଥିଲା । ୨୫୪ ରନର ରେକର୍ଡ ଲକ୍ଷ୍ୟକୁ ପିଛା କରୁଥିବା ଇଂଲଣ୍ଡ ଦଳ ୧୭ ଓଭର ସୁଦ୍ଧା ୨୦୯ ରନ୍ ସଂଗ୍ରହ କରିସାରିଥିଲା ।

Leave a Reply

Your email address will not be published. Required fields are marked *