ଭୁବନେଶ୍ୱର,୦୯/୧୧: ବାରବାଟୀରେ ଦକ୍ଷିଣ ଆଫ୍ରିକାକୁ ହରାଇ ଜିତିଲା ଇଣ୍ଡିଆ। ୧୭୬ ରନ୍ ବିଜୟ ଲକ୍ଷ୍ୟ ରଖି ମଇଦାନକୁ ଓହ୍ଲାଇଥିଲା ଦକ୍ଷିଣ ଆଫ୍ରିକା । ପ୍ରଥମ ଓଭର ଅର୍ଶଦୀପ ସିଂ କ୍ୱିଣ୍ଟନ ଡିକକ୍ଙ୍କୁ ପାଭେଲିୟନ ପଠାଇ ଦେଇଥିଲେ । ଏହାପରେ ଦକ୍ଷିଣ ଆଫ୍ରିକାର କୌଣସି ବ୍ୟାଟରଙ୍କୁ ପିଚ୍ରେ ବହୁତୁ ସମୟ ଦେଇନଥିଲେ ଭାରତୀୟ ବୋଲର । ଫଳରେ ଭାରତ ୧୦୧ ରନ୍ରେ ମ୍ୟାଚ୍ ଜିତି ନେଇଛି । ପ୍ରୋଟିଆଜ୍ ପକ୍ଷରୁ ବ୍ରେଭିସ୍ ସର୍ବାଧିକ ୨୨ ରନ୍ କରିଛନ୍ତି । ମାତ୍ର ୭୪ ରନ୍ରେ ହିଁ ଦକ୍ଷିଣ ଆଫ୍ରିକା ଦଳ ଅଲ୍ଆଉଟ୍ ହୋଇଛି । ଟି-ଟ୍ୱେଣ୍ଟି ଇତିହାସରେ ଏତେ କମ ସ୍କୋର୍ କେବେ କରିନଥିଲା ଦକ୍ଷିଣ ଆଫ୍ରିକା ଦଳ । ଟସ୍ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତଣ କରିଥିଲା ଦକ୍ଷିଣ ଆଫ୍ରିକା ଦଳ ।