ନୂଆଦିଲ୍ଲୀ,୨୫/୦୯: ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ୍ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ସିରିଜ୍ ପାଇଁ ରବିନ୍ଦ୍ର ଜାଡେଜାଙ୍କୁ ଉପ-ଅଧିନାୟକ ନିଯୁକ୍ତ କରାଯାଇଛି । ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପ୍ରଥମ ଟେଷ୍ଟ୍ ଅକ୍ଟୋବର ୨ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଦ୍ୱିତୀୟ ଟେଷ୍ଟ୍ ଅକ୍ଟୋବର ୧୦ରେ ରାଜଧାନୀ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଏହି ସମୟରେ, ଇଂଲଣ୍ଡ ଗସ୍ତ ପାଇଁ ଦଳରୁ ବାଦ ପଡ଼ିଥିବା ଅକ୍ଷର ପଟେଲ ଫେରିଛନ୍ତି । ଦେବଦତ୍ତ ପାଡିକଲ ମଧ୍ୟ ଦଳକୁ ଫେରିଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପାଇଁ ୧୫ ଜଣିଆ ଦଳ: ଶୁବମନ ଗିଲ (ଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, କେ.ଏଲ୍ ରାହୁଲ, ସାଇ ସୁଦର୍ଶନ, ଦେବଦତ୍ତ ପାଦିକଲ, ଧ୍ରୁବ ଜୁରେଲ (ୱିକେଟ୍ କିପର), ରବିନ୍ଦ୍ର ଜାଡେଜା (ଉପ-ଅଧିନାୟକ), ୱାଶିଂଟନ୍ ସୁନ୍ଦର, ଯଶପ୍ରୀତ ବୁମରାହ, ଅକ୍ଷର ପଟେଲ, ମହମ୍ମଦ ସିରାଜ, ପ୍ରସିଦ୍ଧ କିଷ୍ଣା, କୁଲଦୀପ ଯାଦବ ।