ପାକ୍‌ ଆକ୍ରମଣ ଯୋଗୁଁ ସୁରକ୍ଷା ଦୃଷ୍ଟିରୁ ୫ ରାଜ୍ୟକୁ ହାଇଆଲର୍ଟ ଜାରି

ନୂଆଦିଲ୍ଲୀ,୦୯/୦୫: ଭାରତ-ପାକିସ୍ତାନ ଯୁଦ୍ଧ ଅଣାୟତ୍ତ । ପାକ୍‌ ଆକ୍ରମଣ ଭିତରେ ସୁରକ୍ଷା ଦୃଷ୍ଟିରୁ ୫ ରାଜ୍ୟକୁ ହାଇଆଲର୍ଟ ଜାରି କରାଯାଇଛି । ଉତ୍ତର ଭାରତର ୫ ରାଜ୍ୟକୁ ହାଇଆଲର୍ଟ । ଜମ୍ମୁ କାଶ୍ମୀର, ପଞ୍ଜାବ , ରାଜସ୍ଥାନ , ଗୁଜରାଟ , ୟୁପିରେ ଆଲର୍ଟ ଜାରି । ଏପଟେ ଆରବ ସାଗରରେ ନୌସେନାର ଯୁଦ୍ଧାଭ୍ୟାସ ଜାରି ରହିଛି । ବିଭିନ୍ନ ସ୍ଥାନରେ ସେନାର ଚାଲିଛି ଜୋରଦାର ଅପରେସନ୍‌ । ଏକା ସାଙ୍ଗରେ ଜଳ, ସ୍ଥଳ ଓ ଆକାଶରୁ ଶତ୍ରୁରାଷ୍ଟ୍ର ପାକିସ୍ତାନ ଉପରେ ଆକ୍ରମଣ କରିଛନ୍ତି ଭାରତୀୟ ସେନା । ପ୍ରଚଣ୍ଡ ଆକ୍ରମଣରୁ ବର୍ତ୍ତିପାରିଲାନି ଇସାଲାମାବାଦ, ଲାହୋର, ରାୱଲପିଣ୍ଡି, ପେଶାୱର ସମେତ ୧୦ରୁ ଅଧିକ ସହର । ଭାରତର ଉଗ୍ରରୂପ ଦେଖି ପାକ୍‌ ହେଲା ଆତଙ୍କିତ । ଅପରେସନ୍‌ ସିନ୍ଦୂର ପରେ ପାକିସ୍ତାନର ହଜିଛି ନିଦ । ଗୁରୁବାର ରାତିରେ ପାକିସ୍ତାନ ପଟୁ ଅନ୍ତର୍ଜାତୀୟ ସୀମା ନିକଟରେ ଜମ୍ମୁ କାଶ୍ମୀର, ରାଜସ୍ଥାନ ଏବଂ ପଞ୍ଜାବର ଏକାଧିକ ସ୍ଥାନକୁ ଟାର୍ଗେଟ୍‌ କରି ବହୁସଂଖ୍ୟାରେ ରକେଟ୍‌, ଡ୍ରୋନ୍‌ ଏବଂ ଗୋଳା ବର୍ଷା କରିଥିଲା ପାକିସ୍ତାନ । ତେବେ ଭାରତ ଏହି ସମସ୍ତ ଆକ୍ରମଣକୁ ପଣ୍ଡ କରିବା ସହ ପାକିସ୍ତାନରେ ପଶି ପ୍ରଚଣ୍ଡ ଆକ୍ରମଣ କରିବା ସହ ବଡ଼ ବଡ଼ ସହରରେ ଭୀଷଣ ଆକ୍ରମଣ କରିଛି ।

Leave a Reply

Your email address will not be published. Required fields are marked *