ନୂଆଦିଲ୍ଲୀ,୨୭/୧୦: ମୁମ୍ବାଇରେ ଆରମ୍ଭ ହୋଇଛି ୫ ଦିନିଆ ଇଣ୍ଡିଆ ମାରିଟାଇମ ସମ୍ମିଳନୀ । ଏହି ସମ୍ମିଳନୀରେ ଭାରତର ସାମୁଦ୍ରିକ ଶକ୍ତିର ବ୍ଲୁପ୍ରିଣ୍ଟ ଦେଖିବ ସାରା ବିଶ୍ୱ । ଆଉ ଏଥିରେ ମୁଖ୍ୟ ଆକର୍ଷଣ ସାଜିଛି ରାଜ୍ୟର ନୌବାଣିଜ୍ୟ ପରମ୍ପରା ଉପରେ ଆଧାରିତ ଷ୍ଟଲ । ଯାହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁମ୍ୱାଇର ନେସ୍କୋ ଗ୍ରାଉଣ୍ଡରେ ଚାଲିଛି ମାରିଟାଇମ ସପ୍ତାହ । ଆଉ ଏଥିରେ ରାଜ୍ୟ ବାଣିଜ୍ୟ ଓ ପରିବହନ ପକ୍ଷରୁ ଖୋଲାଯାଇଛି ଓଡିଶାର ନୌବାଣିଜ୍ୟ ପରମ୍ପରା ଉପରେ ଆଧାରିତ ଷ୍ଟଲ୍ । ମୁମ୍ବାଇରେ ଆଜି ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଠାରେ ଓଡ଼ିଶାର ସମୃଦ୍ଧ ସାମୁଦ୍ରିକ ଐତିହ୍ୟ, ଆଧୁନିକ ବନ୍ଦର ଭିତ୍ତିଭୂମି ଏବଂ ମହତ୍ୱାକାଂକ୍ଷୀ ନୀଳ ଅର୍ଥନୀତି ରୋଡମ୍ୟାପ୍ ଉପରେ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଲେ ।