ନୂଆଦିଲ୍ଲୀ,୦୯/୦୭: ଆଜି ସାରା ଦେଶରେ ଭାରତ ବନ୍ଦର ବ୍ୟାପକ ପ୍ରଭାବ ଦେଖିବାକୁ ମିଳିବ । ଏହି ବନ୍ଦ ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ୍ ଏବଂ କୃଷକ ସଂଗଠନର ମିଳିତ ମଞ୍ଚର ଡାକରାରେ ଭାରତ ବନ୍ଦ ହୋଇଛି । ତେବେ ଏହି ଭାରତ ବନ୍ଦ ସମୟରେ କଣ ଖୋଲା ରହିବ କଣ ବନ୍ଦ ରହିବ ଆସନ୍ତୁ ଜାଣିବା ।ସ୍କୁଲ, କଲେଜ ଏବଂ ବେସରକାରୀ କାର୍ଯ୍ୟାଳୟଗୁଡ଼ିକ ପୂର୍ବପରି ଖୋଲା ରହିବ ବୋଲି ଆଶା କରାଯାଉଛି କିନ୍ତୁ ପରିବହନ, ବ୍ୟାଙ୍କ ଏବଂ ଡାକ ସେବାରେ ବାଧା ସାଧାରଣ ଜୀବନକୁ ପ୍ରଭାବିତ କରିପାରେ ।ଭାରତ ବନ୍ଦ ବିଦ୍ୟୁତ୍ ଯୋଗାଣକୁ ମଧ୍ୟ ପ୍ରଭାବିତ କରିପାରେ । ବିଦ୍ୟୁତ୍ କ୍ଷେତ୍ର ସହିତ ଜଡିତ ୨୭ ଲକ୍ଷରୁ ଅଧିକ କର୍ମଚାରୀ ଏହି ଦେଶବ୍ୟାପୀ ଧର୍ମଘଟରେ ଯୋଗ ଦେବାକୁ ଯାଉଛନ୍ତି, ଯାହା ଫଳରେ ଅନେକ ରାଜ୍ୟରେ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହୋଇପାରେ । ଏପରି ପରିସ୍ଥିତିରେ, ଅନେକ କ୍ଷେତ୍ରରେ ବିଦ୍ୟୁତ କାଟ କିମ୍ବା ସେବା ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି । ରେଳ ୟୁନିଅନଗୁଡ଼ିକ ଭାରତ ବନ୍ଦରେ ସାମିଲ ହେବା ନେଇ ଆନୁଷ୍ଠାନିକ ଭାବରେ କୌଣସି ଘୋଷଣା କରିନାହାଁନ୍ତି, କିନ୍ତୁ ଏହି ଧର୍ମଘଟ ଟ୍ରେନ ସେବା ଉପରେ ପରୋକ୍ଷ ଭାବେ ପ୍ରଭାବ ପକାଇପାରେ । ସମ୍ପୂର୍ଣ୍ଣ ରେଳ ନେଟୱାର୍କ ସ୍ଥଗିତ ହେବାର କୌଣସି ସମ୍ଭାବନା ନାହିଁ, କିନ୍ତୁ କିଛି ରୁଟରେ ଟ୍ରେନରେ ବିଳମ୍ବ, ପ୍ଲାଟଫର୍ମରେ ଭିଡ଼ କିମ୍ବା ସାମାନ୍ୟ ବାଧା ସୃଷ୍ଟି ହୋଇପାରେ ।