ପହଲଗାମ ଆତଙ୍କୀ ହମ୍‌ଲା, ୨୫ ମିନିଟ୍‌ରେ ଖେଳ ଖତମ କଲା ଭାରତ

ନୂଆଦିଲ୍ଲୀ,୦୭/୦୫: ପହଲଗାମ ଆତଙ୍କୀ ହମ୍‌ଲାର ଜବାବ ୨୫ ମିନିଟ୍‌ରେ ଦେଲା ଭାରତ । ମାତ୍ର ୨୫ ମିନିଟ୍‌ରେ ଭାରତର ତିନି ସେନା ୯ ଆତଙ୍କୀ ଆଡ୍ଡା ସ୍ଥଳି ଧୂଳିସାତ୍‌ କରିଛନ୍ତି । ଅପରେସନ୍‌ ସିନ୍ଦୂର ନେଇ ଭାରତୀୟ ସେନା ଏନେଇ ସୂଚନା ଦେଇଛି । ରାତି ୧ଟା ୫ରୁ ୧ଟା ୩୦ ମଧ୍ୟରେ ହୋଇଥିଲା ଅପରେସନ୍‌ ସିନ୍ଦୂର । ଏଥିରେ ୯ଟି ଆତଙ୍କୀ ଆଡ୍ଡାକୁ କରାଯାଇଥିଲା ଟାର୍ଗେଟ । ଏପ୍ରିଲ ୨୨ ତାରିଖରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ କାଲି ମଧ୍ୟରାତ୍ରରେ ପ୍ରତିଶୋଧ ନେଇଛି । କାଲି ମଧ୍ୟରାତ୍ରରେ ଭାରତୀୟ ସେନା ପାକ୍ ଅଧିକୃତ କାଶ୍ମୀର ଓ ପାକିସ୍ତାନର କିଛି ଅଂଶରେ ପ୍ରବେଶ କରି ଆତଙ୍କୀ କ୍ୟାମ୍ପକୁ ଧ୍ବଂସ କରିଛି । ଏହି ଏୟାର ଷ୍ଟ୍ରାଇକ୍‌ରେ ପରେ ପାକିସ୍ତାନରେ ଏମରଜେନ୍ସି ଜାରି ହୋଇଛି । ପାକିସ୍ତାନର ସବୁ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି । ମେଡିକାଲରେ ମଧ୍ୟ ଜରୁରୀକାଳୀନ ସ୍ଥିତି ଘୋଷଣା ହୋଇଛି । ଏପଟେ ଭାରତ ସୀମାରେ ଥିବା ଯବାନଙ୍କୁ ତତ୍ପର ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାରାମିଲିଟାରୀ ଫୋର୍ସଙ୍କ ଛୁଟି ବାତିଲ ହୋଇଛି । ଏନେଇ ଗୃହମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି ।

Leave a Reply

Your email address will not be published. Required fields are marked *