ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଯାଉଛି ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬’

ନୂଆଦିଲ୍ଲୀ,୧୪/୦୨: ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଯାଉଛି ‘ଇଣ୍ଡିଆ ଏଆଇଇମ୍ପାକ୍ଟ ସମିଟ୍ ୨୦୨୬’। ପ୍ରଧାନମନ୍ତ୍ରୀ ମୋଦୀ ଏହାର ଶୁଭାରମ୍ଭ କରିବେ। ସମ୍ମିଳନୀରେ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରୋନ୍, ଗୁଗଲ୍ ସିଇଓ ସୁନ୍ଦର ପିଚାଇ ଏବଂ ଓପନ୍ ଏଆଇର ସାମ୍ ଅଲ୍ଟମ୍ୟାନଙ୍କ ଭଳି ଦିଗ୍ଗଜ ବ୍ୟକ୍ତି ସାମିଲ ହେବେ। ଭାରତର ବୈଷୟିକ ଦକ୍ଷତା ପ୍ରଦର୍ଶନ ପାଇଁ ଏହା ଏକ ବଡ଼ ମଞ୍ଚ ସାଜିଥିବାବେଳେ।  କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଭାରତ ଆଜି ବିଶ୍ୱର କେନ୍ଦ୍ରବିନ୍ଦୁ ପାଲଟିଛି। ଫେବୃଆରୀ ୧୬ରୁ ୨୦ ପର୍ଯ୍ୟନ୍ତ ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆୟୋଜିତ ହେଉଛି ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬’। ଏହା ଏହି ଶିଖର ସମ୍ମିଳନୀର ଚତୁର୍ଥ ସଂସ୍କରଣ ଏବଂ ଏପର୍ୟ୍ୟନ୍ତର ସବୁଠାରୁ ବଡ଼ ଆୟୋଜନ ବୋଲି କୁହାଯାଉଛି। ପାଞ୍ଚ ଦିନିଆ କାର୍ଯ୍ୟକ୍ରମରେ ବିଶ୍ୱର ପ୍ରାୟ ୨୦ରୁ ଅଧିକ ଦେଶର ରାଷ୍ଟ୍ରମୁଖ୍ୟ ଏବଂ ୪୫ରୁ ଅଧିକ ଦେଶର ମନ୍ତ୍ରୀ ପ୍ରତିନିଧି ମଣ୍ଡଳୀ ଯୋଗଦେବେ ।

Leave a Reply

Your email address will not be published. Required fields are marked *