ଭୁବନେଶ୍ୱର,୨୯/୦୬: ବରିଷ୍ଠ ଆଇଏଏସ୍ ଅଧିକାରୀ ଶାଶ୍ୱତ ମିଶ୍ରଙ୍କୁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି । ସେ ଅର୍ଥ ବିଭାଗର ପ୍ରମୁଖ ସଚିବ ସହ ଇଡ୍କୋର ଅତିରିକ୍ତ ଦାୟିତ୍ବ ତୁଲାଇବେ । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ରବିବାର ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟ ସରକାର ଆଜି କିଛି ଅଧିକାରୀଙ୍କୁ ବଦଳି କରିଛନ୍ତି । ଏହି କ୍ରମରେ ୧୯୯୬ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ତଥା ଅର୍ଥ ବିଭାଗ ପ୍ରମୁଖ ସଚିବ ସହ ଶିଳ୍ପାଞ୍ଚଳ ଉନ୍ନୟନ ନିଗମ (ଇଡ୍କୋ)ର ଅଧ୍ୟକ୍ଷ ଦାୟିତ୍ବ ତୁଲାଉଥିବା ଶାଶ୍ବତ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ପଦବୀ ଭାବେ ନିଯୁକ୍ତି ମିଳିଛି ।
୫୨ ବର୍ଷୀୟ ଶାଶ୍ବତ ମିଶ୍ର କ୍ରୀଡ଼ା ଓ ଯୁବ ସେବା ବ୍ୟାପାର ବିଭାଗ, ଶକ୍ତି ବିଭାଗ, ଓଏସ୍ଏସ୍ଏସସି, ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଭାବେ କାମ କରିଛନ୍ତି ।