କେଦାରନାଥରେ  ମଝି ଅକାଶରେ କ୍ରାସ୍ ହେଲା ହେଲିକପ୍ଟର, ୫ଯାତ୍ରୀ ମୃତ

ଭୁବନେଶ୍ୱର,୧୫/୦୬: ପୁଣି କେଦାରନାଥରେ  ମଝି ଅକାଶରେ କ୍ରାସ୍ ହେଲା ହେଲିକପ୍ଟର । ଦୁର୍ଘଟଣାରେ ୫ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା  ମିଳିଛି । କୁହାଯାଉଛି ଯେ ହେଲିକପ୍ଟରରେ ପାଇଲଟଙ୍କ ସମେତ ମୋଟ ୬ ଜଣ ଯାତ୍ରୀ ଥିଲେ । ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି । ମିଳିଥିବା ସୂଚନା ଅନୁଯାୟୀ ଆର୍ୟନ କମ୍ପାନୀର ହେଲିକପ୍ଟର କ୍ରାସ୍ ହୋଇଛି ।ଏହି ଦୁର୍ଘଟଣା ଗୌରୀକୁଣ୍ଡ ଏବଂ ତ୍ରିଜୁଗୀନାରାୟଣ ନାରାୟଣ ମଧ୍ୟରେ ଘଟିଛି । ତେବେ ପାଗ ଖରାପଥିବାରୁ ଏମିତି ଅଘଟଣ ଘଟିଥିବା କୁହାଯାଉଛି । ଦେହେରାଦୁନରୁ କେଦାରନାଥ ଅଭିମୁଖେ ଯାଉଥିବା ହେଲିକପ୍ଟରଟି ଗୌରୀକୁଣ୍ଡ ନିକଟବର୍ତ୍ତୀ ଅଞ୍ଚଳରେ କ୍ରାସ୍ ହୋଇଛି । ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛି ।

Leave a Reply

Your email address will not be published. Required fields are marked *