କାର୍ଯ୍ୟ ବନ୍ଦ ନକରି ରୋଗୀ ସେବା ଯୋଗାଇ ଦେବାକୁ ଡାକ୍ତରଙ୍କୁ ଅପିଲ୍‌ କଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୦୫/୦୧: ଓମ୍‌ସା ଆନ୍ଦୋଳନକୁ ନେଇ ସ୍ବାସ୍ଥ୍ୟାମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ପ୍ରତିକ୍ରିୟା । କହିଲେ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି । କହିଲେ, ଆଲୋଚନା ଦ୍ବାରା ସବୁ ସମସ୍ୟାର ସମାଧାନ ସମ୍ଭବ । କାର୍ଯ୍ୟ ବନ୍ଦ ନକରି ରୋଗୀ ସେବା ଯୋଗାଇ ଦେବାକୁ ଡାକ୍ତରଙ୍କୁ ଅପିଲ୍‌ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଦାବି ପୂରଣ ନହେବା ଏବଂ ସରକାରଙ୍କ ପକ୍ଷରୁ ଏନେଇ କୌଣସି ପଦକ୍ଷେପ ନିଆଯାଇ ନଥିବା ଅଭିଯୋଗ କରିଛନ୍ତି ଡାକ୍ତର ସଂଘ । ଏହାକୁ ନେଇ ଆଜି ଠାରୁ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଦୁଇ ଘଣ୍ଟା ଓପିଡିରେ ରୋଗୀ ସେବା ବନ୍ଦ କରିଛନ୍ତି ସରକାରୀ ଡାକ୍ତର ସଂଘ ।ସକାଳ ୯ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ସରକାରୀ ଡାକ୍ତରଖାନାଗୁଡ଼ିକରେ ଥିବା ଓପିଡିରେ ରୋଗୀ ଦେଖିବେନି ଡାକ୍ତର । ଏହାପରେ ଆସନ୍ତା ୨୭ ତାରିଖରୁ ଓପିଡି ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ଓମ୍‌ସା ।