ନୌସେନାଙ୍କ ସହ ଦୀପାବଳି ପାଳନ କଲେ ପ୍ରଧାନମନ୍ତ୍ରୀ, କହିଲେ ଖୁବଶୀଘ୍ର ନକ୍ସଲମୁକ୍ତ ହେବ ଭାରତ

ନୂଆଦିଲ୍ଲୀ,୨୦/୧୯: ଖୁବଶୀଘ୍ର ନକ୍ସଲମୁକ୍ତ ହେବ ଭାରତ । ନୌସେନାଙ୍କ ସହ ଆଜି ଦୀପାବଳି ପାଳନ ଅବସରରେ ବଡ଼ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କହିଛନ୍ତି, ଆଜି ମାଓବାଦୀଙ୍କ ଆତଙ୍କୀରୁ ମୁକ୍ତି ପାଇଛି ଭାରତ । ଦେଶର ଶହେରୁ ଅଧିକ ଜିଲ୍ଲା ମାଓବାଦୀଙ୍କ କବଳରେ ରହିଥିଲା । କିନ୍ତୁ ଏବେ ମାତ୍ର ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ନକ୍ସଲ । ଖୁବଶୀଘ୍ର ଏସବୁ ଜିଲ୍ଲା ବି ମାଓମୁକ୍ତ ହେବାକୁ ଯାଉଛି । ଏବେ ମାଓବାଦୀ ଅସ୍ତ୍ରଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି । ଏସବୁ କେବଳ ଆମ ସୁରକ୍ଷାବଳଙ୍କ ପରାକ୍ରମ ଯୋଗୁଁ ସମ୍ଭବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।