ବ୍ୟାନ ହେବନି ପାନ ମସଲା, ସ୍ପଷ୍ଟୀକରଣ ରଖିଲା ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ୱର,୩୦/୦୧: ବ୍ୟାନ ହେବନି ପାନ ମସଲା । ସ୍ପଷ୍ଟୀକରଣ ରଖିଲା ସ୍ବାସ୍ଥ୍ୟ ବିଭାଗ । ଏଥିରେ ଟବାକୋ, ନିକୋଟିନ ନଥିବାରୁ ବ୍ୟାନ ହେବନି । ସ୍ବାସ୍ଥ୍ୟ ବିଭାଗ ସଚିବ ଏମ ଅସ୍ଵସ୍ଥି ଏନେଇ ଅର୍ଥ ବିଭାଗକୁ ଚିଠି ଲେଖି ଅବଗତ କରିଛନ୍ତି । ତମାକୁ ବ୍ୟାନ ନେଇ ୨୦୧୩ ପୁରୁଣା ଆଇନରେ ସଂଶୋଧନ କରି ଗତ ଜାନୁଆରୀ ୨୧ରେ ନୂଆ ଆଇନ ଲାଗୁ କରିଛନ୍ତି ସରକାର । ନୁଆ ଆଇନରେ ପାନମସାଲା, ଜର୍ଦା, ପ୍ରସ୍ତୁତି, ବିକ୍ରୀ ଓ ଗଚ୍ଛିତ ରଖିବା ଉପରେ ରୋକ ଲଗାଯାଇଛି ।ଜାତୀୟ ହାର ଠାରୁ ଦୁଇ ଗୁଣ ଅଧିକ ଓଡିଶାରେ ତମ୍ବାଖୁ ସେବନ କରୁଛନ୍ତି । ତମାଖୁ, ଜର୍ଦା, ଖଇନି, ପାନ ମସାଲାର ସେବନ ଦ୍ୱାରା ଓରାଲ ହେଲ୍ଥ ଉପରେ ବ୍ୟାପକ ପ୍ରଭାବ ପଡି ଥାଏ । ମୁଖ କ୍ୟାନ୍ସର ସହ ଓଏସେଫାଗସ, ଷ୍ଟୋମାକ୍, ପାନକ୍ରିୟାଜ, ଥ୍ରୋଟ ଏବଂ ରେନାଲ କ୍ୟାନ୍ସର ହବାର ସମ୍ଭାବନା ଥାଏ। ସେଥିପାରୁ ତମାଖୁ ବ୍ୟାନ ଆଇନକୁ କଡାକଡି ପାଳନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ବିଭିନ୍ନ ସ୍ଥାନରେ ପୁଲିସ, ପ୍ରଶାସନ ପକ୍ଷରୁ ରେଡ କରି ଗୁଟଖା, ତମାଖୁ ଜବତ କରାଯାଉଛି।