କଟକ ଭସାଣ ବେଳେ ଗୋଷ୍ଠୀ ସଂଘର୍ଷ ଘଟଣା, ୬ଗିରଫ

ଭୁବନେଶ୍ୱର,୦୪/୧୦: ଦଶହରା ଭସାଣି ଶୋଭାଯାତ୍ରା ଚାଲିଥିବା ବେଳେ ହାତୀପୋଖରୀ ନିକଟରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି । ନାରାବାଜି ଘଟଣାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଏହାକୁ ନେଇ ଉଭୟ ପକ୍ଷରୁ ଢେଲା ଓ କାଚ ବୋତଲ ମାଡ଼ ହୋଇଥିଲା । ଝାଞ୍ଜିରୀମଙ୍ଗଳା ଭାଗବତ ପୂଜା କମିଟି ମେଢ଼ ଅଟକି ରହିଥିବା ବେଳେ ରାଉସାପାଟଣା ଦୁର୍ଗାକାଳୀ ମେଢ଼ ତା’କୁ ଅତିକ୍ରମ କରି ଆଗକୁ ଯାଇଥିଲା । ରାଉସାପାଟଣା ମେଢ଼ ଦରଘାବଜାର ଥାନା ଅତିକ୍ରମ କରୁଥିବା ସମୟରେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ମେଢ଼ ଶୋଭାଯାତ୍ରାରେ ଯାଉଥିବା ଯୁବକଙ୍କୁ ଆକ୍ରମଣ କରିଥିଲେ । କେଉଁ କାରଣରୁ ଏହି ସଂଘର୍ଷ ହେଲା ତାହାର କାରଣ ଖୋଜୁଛି ପୁଲିସ । ଗଟଣାରେ ୬ ଜଣଙ୍କୁ ଗିରଫ କରାଯାଇଛି । ଘଟଣାସ୍ଥଳରେ ଅନେକ କ୍ୟାମେରା ଓ ଡ୍ରୋନ ଥିବାରୁ ଅଭିଯୁକ୍ତଙ୍କୁ ତୁରନ୍ତ ଚିହ୍ନଟ କରାଯାଇଥିଲା । ଏଥିରେ ୬ରୁ ଅଧିକ ଆହତ ହୋଇଥିବାବେଳେ ଜଣେ ଗୁରୁତର ଥିବା ଜଣାପଡ଼ିଛି । ରାସ୍ତା ପାର୍ଶ୍ୱ ରେ ଥିବା ବାଇକ୍‌ ଭଙ୍ଗାରୁଜା ହେବା ସହ ବିଭିନ୍ନ ଦୋକାନ ଆଗରେ ‌ଷ୍ଟଲ୍‌ ଭଙ୍ଗାରୁଜା ହୋଇଛି । ତୀବ୍ର ଉତ୍ତେଜନା ସୃଷ୍ଟି ହେବା ଯୋଗୁଁ ରାଉସାପାଟଣା ମେଢ଼ ଅଟକି ରହିଥିବା ବେଳେ ସେଠାରେ ଲୋକେ ଧାରଣାରେ ବସିଥିଲେ ।