ଭୁବନେଶ୍ୱର,୨୭/୧୨:ପ୍ରଦୂଷଣ ସାର୍ଟିଫିକେଟ୍ ମିଳିଲେ ଗାଡ଼ିରେ ଲାଗିବ ଗ୍ରୀନ ଷ୍ଟିକର । ଏନେଇ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କଲେ ଘୋଷଣା । ପ୍ରଦୂଷଣ ପ୍ରମାଣପତ୍ର ମିଳିଲେ ତୁରନ୍ତ ଲାଗିବ ଗ୍ରୀନ୍ ଷ୍ଟିକର । ପରିବହନ ବିଭାଗ ପକ୍ଷରୁ ଏହି ଷ୍ଟିକର ଯୋଗାଇ ଦିଆଯିବ । ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ହେବ କାର୍ଯ୍ୟାନୁଷ୍ଠାନ । ଫାଇନ ଦେବା ପାଇଁ ଟ୍ରାଫିକ ଥାନାରେ ଲୋକଙ୍କ ପ୍ରବଳ ଭିଡ଼ । ପଲ୍ୟୁସନ ସାର୍ଟିଫିକେଟ୍ ପାଇଁ ଲୋକେ ହଇରାଣ ହେଉଛନ୍ତି । ଯାହାର ଗାଡ଼ିରେ ଉପରେ ପୂର୍ବରୁ ଜରିମାନା ରହିଛି, ସେହି ଜରିମାନା କ୍ଲିୟର ନକରିବା ଯାଏଁ ପଲ୍ୟୁସନ ସାର୍ଟିଫିକେଟ ମିଳୁ ନାହିଁ । ଯେଉଥିପାଇଁ ଏବେ ଫାଇନ ଦେବାକୁ ଟ୍ରାଫିକ ଥାନାରେ ଲୋକଙ୍କ ଲମ୍ୱା ଲାଇନ ଲାଗିଛି ।ଦିର୍ଘ ଦିନ ଧରି ଲୋକ ଫାଇନ ଟଙ୍କା ଦେଉ ନଥିବା ବେଳେ ଏବେ ପଲ୍ୟୁସନ ସାର୍ଟିଫିକେଟ କରିବା ପାଇଁ ପୂର୍ବ ଫାଇନ କ୍ଲିୟର କରିବାକୁ ଧାଇଁଛନ୍ତି । ନିୟମ ଖିଲାପ କରି, ପୂର୍ବରୁ ଯଦି ଗାଡ଼ିରେ କୌଣସି ଫାଇନ ଥିବ ଓ ତାକୁ ପୈଠ କରାଯାଇ ନଥିବ ତେବେ ପଲ୍ୟୁସନ ସାର୍ଟିଫିକେଟ ମିଳୁ ନାହିଁ । ପଲ୍ୟୁସନ ସାର୍ଟିଫିକେଟ ନଥିଲେ କଟିବ ୧୦ ହାଜର ଟଙ୍କାର ଫାଇନ । ତେଣୁ ୧୦ ହଜାର ଟଙ୍କା ଚାଲାଣ ଭୟରେ ପୂର୍ବ ଫାଇନଗୁଡିକ କ୍ଲିୟର କରି ପଲ୍ୟୁସନ ସାର୍ଟିଫିକେଟ ବାହାର କରୁଛନ୍ତି ଲୋକ ।