ଭୁବନେଶ୍ୱର,୩୦/୦୯: ଦିନକୁ ଦିନ ବଢ଼ିବାରେ ଲାଗିଛି ସୁନା ଦର । ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୯୨୦ ଟଙ୍କା ବୃଦ୍ଧି ପାଇ ୧,୧୬,୪୦୦ ଟଙ୍କା ହୋଇଛି। ସେହି ସମୟରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୮୫୦ ଟଙ୍କା ବଢ଼ି ୧,୦୬,୭୦୦ ଟଙ୍କା ହୋଇଛି । ଗତ ସପ୍ତାହରୁ ଲଗାତାର ଭାବେ ସୁନା ମହଙ୍ଗା ହେବାରେ ଲାଗିଛି। ସେହିପରି, ସହରରେ ରୁପା କେଜି ୧୦୦୦ ଟଙ୍କା ବଢ଼ି ୧,୬୦,୦୦୦ ଟଙ୍କା ହୋଇଯାଇଛି । ଜାତୀୟ ସ୍ତରରେ ସୁନାର ୧୦ ଗ୍ରାମ ପିଛା ଦାମ୍ ସର୍ବକାଳୀନ ରେକର୍ଡ ସ୍ତର ୧,୧୯,୫୦୦ ଟଙ୍କାକୁ ବୃଦ୍ଧି ପାଇଛି । ବିଶ୍ବସ୍ତରରେ ଦରବୃଦ୍ଧି ଜାରି ରହିବା ଏବଂ ଭୂରାଜନୈତିକ ସଙ୍କଟ ପ୍ରଭାବରେ ନିବେଶକମାନେ ସୁନାରେ ନିବେଶ କରୁଥିବାରୁ ତାହାର ଦାମ୍ ବଢ଼ୁଥିବା କୁହାଯାଉଛି । ଅନ୍ତର୍ଜାତୀୟ ବଜାରରେ ସୁନାର ଆଉନ୍ସ ପିଛା ଦାମ୍ ୩,୮୩୧ ଡଲାରରୁ ଅଧିକ ହୋଇଛି। ଯେଉଁ ହାରରେ ଦର ବଢ଼ୁଛି, ଖୁବ୍ଶୀଘ୍ର ଦାମ୍ ୪୦୦୦ ଡଲାର ଅତିକ୍ରମ କରିଯିବା ଆଶଙ୍କା କରାଯାଉଛି । ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ସୁନା ଦରରେ ୪୦,୫୫୦ ଟଙ୍କା ବୃଦ୍ଧି ଘଟିଛି। ୨୦୨୪ ଡିସେମ୍ବର ୩୧ରେ ସୁନା ଦର ୭୮,୯୫୦ ଟଙ୍କା ଥିଲା।