ଶସ୍ତା ହେଲା ସୁନା, ଜାଣନ୍ତୁ ଭୁବନେଶ୍ୱର କେତେ ରହିଛି ଦର ?

ଭୁବନେଶ୍ୱର,୦୨/୦୫: ସୁନା କିଣିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଖୁସି ଖବର । ଶସ୍ତା ହେଲା ସୁନା। ୩ ଦିନ ହେବ ସୁନା ଦରରେ ଲାଗିଛି ବ୍ରେକ। ଆଜି ପୁଣି ଶସ୍ତା ହୋଇଛି ସୁନା। ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୨୦୦ ଟଙ୍କା ହ୍ରାସ ପାଇଛି। ସେହିପରି ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୨୨୦ ଟଙ୍କା ହ୍ରାସ ପାଇଛି।

ରାଜଧାନୀ ଭୁବନେଶ୍ୱରରେ ଗତକାଲି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୯୫,୭୩୦ଟଙ୍କା ରହିଥିଲା। ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୨୨୦ ଟଙ୍କା ହ୍ରାସ ପାଇବା ସହ ୯୫,୫୧୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୨୦୦ଟଙ୍କା ହ୍ରାସ ଘଟି ୮୭,୭୫୦ ଟଙ୍କାରୁ ୮୭,୫୫୦ ଟଙ୍କା ରହିଛି । ସେହିପରି ଗତକାଲି କଟକରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ୯୫,୭୩୦ଟଙ୍କା ରହିଥିଲା । ଆଜି କଟକରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର୨୨୦ ଟଙ୍କା ହ୍ରାସ ପାଇ ୯୫,୫୧୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୨୦୦ଟଙ୍କା ହ୍ରାସ ୮୭,୭୫୦ ଟଙ୍କାରୁ ୮୭,୫୫୦ ଟଙ୍କା ହୋଇଛି।

 

Leave a Reply

Your email address will not be published. Required fields are marked *