ଭୁବନେଶ୍ୱର,୧୫/୦୫: ସୁନା କିଣିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଖୁସି ଖବର। ପୁଣି ଶସ୍ତା ହେଲା ସୁନା । ଆଜି ବି କମିଲା ସୁନା ଦର । ଲଗାତାର ଉପରମୁହାଁ ହେଉଥିବା ସୁନା ଦରରେ ବ୍ରେକ୍ ପରେ ମଧ୍ୟବିତ୍ତଙ୍କ ପାଇଁ ସାମାନ୍ୟ ଆଶ୍ୱସ୍ତି ଆଣିଛି । ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧୯୫୦ ଟଙ୍କା ହ୍ରାସ ପାଇଛି। ୨୪ କ୍ୟାରେଟ୍ ସୁନା ୨୧୩୦ ଟଙ୍କା କମିଛି । ଗତକାଲି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୯୬,୦ ୬୦ ରହିଥିଲା । ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୨୧୩୦ ଟଙ୍କା ହ୍ରାସ ପାଇବା ସହ ୯୩,୯୩୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୧୯୫୦ ଟଙ୍କା ହ୍ରାସ ଘଟି ୮୮, ୦୫୦ଟଙ୍କାରୁ ୮୬,୧୦୦ ଟଙ୍କା ରହିଛି ।