ଭୁବନେଶ୍ୱର,୨୯/୦୧: ସୁନା ରୁପାର ଦର ଏତେ କି ହାତ ମାରିବାକୁ ଲାଗୁଛି ଡର। ଗୋଟିଏ ଦିନରେ ସୁନା ୧୦ ହଜାର ବଢ଼ିଥିବା ବେଳେ ରୁପା ୨୫ ହଜାର ବଢ଼ିଛି। ଗୋଟିଏ ଦିନରେ ୨୨ କ୍ୟାରେଟ୍ ସୁନା ବଢ଼ିଛି ୧୦ ହଜାରରୁ ଅଧିକ ଟଙ୍କା, ସେହିପରି ୨୪ କ୍ୟାରେଟ୍ ସୁନା ୧ ଲକ୍ଷ ୭୮ ହଜାରରୁ ଅଧିକ ରହିଛି। ୧୦ ଦିନରେ ୨୨ କ୍ୟାରେଟ୍ ସୁନା ୨୬ ହଜାରରୁ ଅଧିକ ବଢ଼ିଛି, ୨୪ କ୍ୟାରେଟ୍ ପ୍ରାୟ ୩୦ ହଜାର ଟଙ୍କା ବଢ଼ିଛି। ଗତ କାଲି ଭୁବନେଶ୍ବରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧,୬୭,୦୮୦ ଟଙ୍କା ଥିବା ବେଳେ ଆଜି ୧,୭୮,୮୫୦ ଟଙ୍କା ହୋଇଛି। ସେହିପରି ଗତ କାଲି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧,୫୩,୧୫୦ ଟଙ୍କା ଥିବା ବେଳେ ଆଜି ୧,୬୩,୯୫୦ ଟଙ୍କା ହୋଇଛି। ଗତ କାଲି ୧୮ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧,୨୫,୩୧୦ ଟଙ୍କା ଥିବା ବେଳେ ଆଜି ୧,୩୪,୧୪୦ ଟଙ୍କା ରହିଛି। ରୁପା ତ ଯେମିତି ବୋଲ ହିଁ ମାନୁନି। ଚାନ୍ଦି କିଲୋ ପିଛା ୪ ଲକ୍ଷ ୨୫ ହଜାର ଛୁଇଁଛି। ଗୋଟିଏ ଦିନରେ ୨୫ ହଜାର ବଢ଼ିଛି ରୂପା ଦର। ଗତ କାଲି ୪ ଲକ୍ଷ ଥିଲା ରୂପା କିଲୋ।