ଭୁବନେଶ୍ୱର,୧୭/୧୨: ଦିନକୁ ଦିନ ଆକାଶ ଛୁଆଁ ହେବାରେ ଲାଗିଥିଲା ସୁନା ରେଟ। କିନ୍ତୁ ଆଜି ସୁନା ରୁପା ଦର ହ୍ରାସ ପାଇଛି। ଫଳରେ ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ତେବେ କେତେ ରହିଛି ସୁନା ରୁପା ଦର । ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧୧ଶହ ୧୩ ଟଙ୍କା କମି ୧ ଲକ୍ଷ ୩୩ ହଜାର ୨୪୯ ଟଙ୍କାରୁ ୧ ଲକ୍ଷ ୩୨ ହଜାର ୧୩୬କୁ ଖସିଛି ସୁନା। ସେହିପରି
୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧ହଜାର ୧୯ ଟଙ୍କା ହ୍ରାସ ପାଇଛି। ରୁପା ଦର କିଲୋଗ୍ରାମ ପ୍ରତି ୧୪ଶହ ୪୬ ଟଙ୍କା କମିଛି। ୧ ଲକ୍ଷ ୯୩ ହଜାର ୪୧୭ ଟଙ୍କାରୁ ୧ ଲକ୍ଷ ୯୧ ହଜାର ୯୭୧କୁ ଖସିଛି ରୁପା।