ନୂଆଦିଲ୍ଲୀ, ୨୦/୧୦:ପ୍ରଖ୍ୟାତ ହାସ୍ୟ ଅଭିନେତା ଗୋବର୍ଦ୍ଧନ ଅସରାନିଙ୍କ ପରଲୋକ। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ସୋମବାର ଅପରାହ୍ନରେ ଏହି ଲୋକପ୍ରିୟ ଅଭିନେତା ଜଣଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି । ଦୀର୍ଘ ଦିନ ହେବ ଅସୁସ୍ଥତା କାରଣରୁ ମେଡିକାଲରେ ଚିକିତ୍ସିତ ହୋଇ ଆସୁଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି । ସୋଲେ ଚଳଚ୍ଚିତ୍ରରେ ଜେଲର ଭୂମିକାରେ ଖ୍ୟାତି ଅର୍ଜନ କରିଥିବା ହାସ୍ୟ ଅଭିନେତା ୩୫୦ରୁ ଊର୍ଦ୍ଧ୍ବ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଆଜି ତାଙ୍କ ଅବର୍ତ୍ତମାନରେ ସାରା ବଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି ।