ଗୋଆରେ ଧାର୍ମିକ ଯାତ୍ରାରେ ଦଳାଚକଟା ହୋଇ ୭ ଶ୍ରଦ୍ଧାଳୁ ମୃତ

ନୂଆଦିଲ୍ଲୀ,୩/୦୫: ଗୋଆରେ ଧାର୍ମିକ ଯାତ୍ରାରେ ଦଳାଚକଟା ହୋଇ ୭ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ଏହାସହ ୩୦ରୁ ଅଧିକ ଗୁରୁତର ହୋଇଛନ୍ତି । ଗୋଆ ଶ୍ରୀଗାଓଁରେ ଶ୍ରୀଲୈରାଇ ଯାତ୍ରା ବେଳେ ଏହି ଅଘଟଣ ଘଟିଯାଇଛି । ଗୁରୁତର ୩୦ରୁ ଅଧିକ ଶ୍ରଦ୍ଧାଳୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଅନେକଙ୍କ ଅବସ୍ଥା ସଂକଟାପନ୍ନ ରହିଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏଥିସହ ପ୍ରଧାନମନ୍ତ୍ରୀ ଗୋଆ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇ ଘଟଣା ବାବଦରେ ଅବଗତ ହୋଇଛନ୍ତି । ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ମଧ୍ୟ ଡାକ୍ତରଖାନାକୁ ଯାଇ ଆହତଙ୍କୁ ଭେଟିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି ।

 

Leave a Reply

Your email address will not be published. Required fields are marked *