ପୂର୍ବତନ ବିଧାୟକ ଜର୍ଜ୍ ତିର୍କୀଙ୍କ ପରଲୋକ, ବୀରମିତ୍ରପୁରରେ ହେବ ଶେଷକୃତ୍ୟ

ଭୁବନେଶ୍ୱର,୧୯/୦୯: ପୂର୍ବତନ ବିଧାୟକ ତଥା ବିଶିଷ୍ଟ ଆଦିବାସୀ ନେତା ଜର୍ଜ୍ ତିର୍କୀଙ୍କ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଗତକାଲି ମଧ୍ୟରାତ୍ରରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ପ୍ରାୟ ୩ ମାସ ହେଲା ସେ ଗୁରୁତର ଅସୁସ୍ଥ ଥିଲେ ଶୁକ୍ରବାର ଅପରାହ୍ନଣରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ସ୍ବାସ୍ଥ୍ୟାବସ୍ଥା ଅଧିକ ସଙ୍କଟାପନ୍ନ ହେବାକୁ ତାଙ୍କୁ ଭୁବନେଶ୍ୱର ଅଣାଯାଇଥିଲା ।ଆଜି ତାଙ୍କ ନିଜ ଗାଁ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଝୁନମୁର ଠାରେ ଶେଷକୃତ୍ୟୁ ସମ୍ପନ୍ନ ହେବ। ଛାତ୍ରଜୀବନରୁ ରାଜନୀତିରେ ସାମିଲ ହୋଇଥିଲେ ଜର୍ଜ ତିର୍କୀ । ବୀରମିତ୍ରପୁର ନିର୍ବାଚନମଣ୍ଡଳୀରୁ ସେ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।