ବଢ଼ିଲା ରୋଷେଇ ଗ୍ୟାସ୍ ବୁକିଂ ଅବଧି, ଏଣିକି ୨୫ ଦିନ ପରେ ହୋଇପାରିବ ଗ୍ୟାସ୍ ରିଫିଲ୍ ବୁକିଂ

ଭୁବନେଶ୍ୱର,୧୦/୦୩: ବଢ଼ିଲା ରୋଷେଇ ଗ୍ୟାସ୍ ବୁକିଂ ଅବଧି । ଗ୍ୟାସ୍ ସିଲିଣ୍ଡର ବୁକିଂ ସଂପର୍କିତ ନୂଆ ନିୟମ ଲାଗୁ କଲେ କେନ୍ଦ୍ର ସରକାର । ଏଣିକି ୨୫ ଦିନ ପରେ ହୋଇପାରିବ ଗ୍ୟାସ୍ ରିଫିଲ୍ ବୁକିଂ । ଅର୍ଥାତ୍ ଗୋଟିଏ ଗ୍ୟାସ୍ ସିଲିଣ୍ଡର୍ ଡେଲିଭରିର ୨୫ ଦିନ ପରେ ଆଉ ଗୋଟିଏ ସିଲିଣ୍ଡର୍ ପାଇଁ ବରାଦ କରିପାରିବେ ଉପଭୋକ୍ତା । ମଧ୍ୟପ୍ରାଚ୍ୟ ଯୁଦ୍ଧ ସଂକଟ ଭିତରେ କେନ୍ଦ୍ର ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି । ଏହି ଅବଧିକୁ ୨୧ ଦିନରୁ ୨୫ ଦିନକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଏଲ୍‌ପିଜି କଳାବଜାରୀ ରୋକିବାକୁ ରିଫିଲ୍ ବୁକିଂ ଅବଧି ବଢ଼ାଇବାକୁ ନିଷ୍ପତ୍ତି । ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ଦେଖି ଲୋକେ ତରବରିଆ ଗ୍ୟାସ୍ ବୁକିଂ କରୁଥିବା ସୂଚନା ମିଳିଛି । ପୂର୍ବରୁ ଯେଉଁମାନେ ୫୫ ଦିନରେ ବୁକିଂ କରୁଥିଲେ, ଏବେ ୧୫ ଦିନରେ କରୁଛନ୍ତି । ରିଫାଇନାରିଗୁଡ଼ିକୁ ଏଲ୍‌ପିଜି ଉତ୍ପାଦନ ବୃଦ୍ଧି କରିବାକୁ ସରକାରଙ୍କ ନିର୍ଦ୍ଦେଶ ଦିଆଯାଇଛି । ବାଣିଜ୍ୟିକ ଅପେକ୍ଷା ଘରୋଇ ଗ୍ୟାସ୍ ସଂଯୋଗକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ତେଣୁ ମାପିଚୁପି ଜାଳନ୍ତୁ ରୋଷେଇ ଗ୍ୟାସ୍ । କାରଣ ୨୫ ଦିନ ଭିତରେ ଗ୍ୟାସ୍ ସରିଗଲେ ହଇରାଣ ହେବାକୁ ପଡ଼ିପାରେ ।

Leave a Reply

Your email address will not be published. Required fields are marked *