ଭୁବନେଶ୍ୱର,୨୬/୦୫: ଦୀଘା ଜଗନ୍ନାଥଧାମ ପ୍ରସଙ୍ଗରେ ଆଜି ମୁହଁ ଖୋଲିଛନ୍ତି ଗଜପତି ମହାରାଜ । ଦୀଘାରୁ ତୁରନ୍ତ ଧାମ ନାମ ହଟାଇବାକୁ ଦାବି କରିଛନ୍ତି ଗଜପତି ମହାରାଜ । ସେ କହିଛନ୍ତି ଯେ ଦୀଘା ଜଗନ୍ନାଥ ମନ୍ଦିରକୁ ଧାମ ନାମକରଣ ପରମ୍ପରା ବିରୁଦ୍ଧ । ଶ୍ରୀକ୍ଷେତ୍ର, ଶ୍ରୀମନ୍ଦିର, ନୀଳାଚଳ ଧାମ ଏସବୁ କେବଳ ପୁରୀକୁ ହିଁ ବୁଝାଏ । ବିଶ୍ବରେ କେଉଁଠି ଏମିତି ନାମକରଣ ହୋଇନାହିଁ । ରାଜ୍ୟ ସରକାର, ପଶ୍ଚିମବଙ୍ଗ ସରକାର ସହ ଆଲୋଚନା କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ଗଜପତି । ଇସ୍କନ ୨୦୨୧ରୁ ଶ୍ରୀକ୍ଷେତ୍ର ପରମ୍ପରା ଅନୁସାରେ, ଇସ୍କନ ଭାରତ ଭିତରେ ରଥଯାତ୍ରା କରିବାକୁ ରାଜି ହୋଇଛି । କିନ୍ତୁ ବିଦେଶରେ ଅଦିନିଆ ରଥଯାତ୍ରା ହେଉଛି, ଯାହା ଆଦୌ ଗ୍ରହଣ ନୁହେଁ ବୋଲି କହିଛନ୍ତି ଗଜପତି । ଇସ୍କନ୍ ରାଜି ହେଲେ ଶୁଭଙ୍କର, ଯଦି ରାଜି ନ ହୁଅନ୍ତି, ତେବେ ଆଇନ ଆଶ୍ରୟ ନେବାପାଇଁ ଚିନ୍ତା କରାଯିବ । ଇସ୍କନ ଏକ ଧର୍ମ ସଂସ୍ଥା ତେଣୁ ଆପୋଷ ଆଲୋଚନାକୁ ମୁଖ୍ୟ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି ଗଜପତି ମହାରାଜ ।