ଭୁବନେଶ୍ୱର,୨୫/୦୫: ଆସନ୍ତାକାଲି ସାବିତ୍ରୀ ବ୍ରତ। ସ୍ବାମୀଙ୍କ ମଙ୍ଗଳ ଓ ଦୀର୍ଘାୟୁ ପାଇଁ ମହିଳାମାନେ ରଖିଥାନ୍ତି ଏହି ବ୍ରତ ।ସେଥିପାଇଁ ବଜାର ହାଟ ଚଳଚଞ୍ଚଳ । ଫଳ ବଜାର ଠୁ ଶାଢ଼ି ଦୋକାନ ଅବା ଲେଡିସ୍ କର୍ଣ୍ଣର ସବୁଠି ଭିଡ଼ । ଏବେ ଚଢ଼ା ଦରରେ ବିକ୍ରି ହେଉଛି ଫଳ ।ଏହି ବ୍ରତରେ ମୁଖ୍ୟ ଭାବେ ଫଳମୂଳ ନୈବେଦ୍ୟ ବଢ଼ାଯାଏ । ଏଥପାଇଁ ଫଳ ଦୋକାନରେ ଦେଖିବାକୁ ମିଳୁଛି ପ୍ରବଳ ଭିଡ଼ । ହେଲେ ଫଳ ଦର ଏତେ ଚଢ଼ା ରହିଛି ଯେ ଛୁଇଁବାକୁ ବି ଡର ମାଡ଼ୁଛି । ଫଳ ରେଟ୍ ଦେଖିବାକୁ ଗଲେ ଆମ୍ବ କିଲୋ ପିଛା- ୧୦୦ ଟଙ୍କାରୁ ଊର୍ଦ୍ଧ୍ୱ ରହିଥିବା ବେଳେ ସେଓ ୨୦୦ରୁ ଆରମ୍ଭ ହେଉଛି । ସପୁରୀ ଗୋଟା ପିଛା ୫୦ ଟଙ୍କା ରହିଛି । ଡାଳିମ୍ବ ୨୦୦ରୁ ଊର୍ଦ୍ଧ୍ୱ ରହିଛି, ଲିଚୁ ୨୪୦ରୁ ଅଧିକ ରହିଛି । ନଡ଼ିଆ ଗୋଟା ୪୦ ଟଙ୍କା ରହିଛି, କଦଳୀ ଡର୍ଜନ ୯୦ରୁ ଆରମ୍ଭ ହୋଇଛି । ପଣସ ଗୋଟା ୧୦୦ଟଙ୍କାରୁ ଆରମ୍ଭ ହେଉଛି ।