ସରକାରଙ୍କ ବିଭିନ୍ନ ଗୃହ ଯୋଜନାରେ ସାମିଲ ହିତାଧିକାରୀଙ୍କୁ ମାଗଣାରେ ମିଳିବ ବାଲି

ଭୁବନେଶ୍ୱର,୨୩/୧୧:ସରକାରଙ୍କ ବିଭିନ୍ନ ଗୃହ ଯୋଜନାରେ ସାମିଲ ହିତାଧିକାରୀଙ୍କୁ ମାଗଣାରେ ମିଳିବ ବାଲି । ଏନେଇ ଘୋଷଣା କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଗରିବ ହିତାଧିକାରୀଙ୍କୁ ମାଗଣାରେ ବାଲି ଯୋଗାଇ ଦେବାନେଇ ବଡ଼ ଘୋଷଣା କରିଛନ୍ତି ମନ୍ତ୍ରୀ । ମାଗଣା ବାଲିରେ ଘର କରିବେ ହିତାଧିକାରୀ । ହିତାଧିକାରୀଙ୍କ ବାଲି ଟଙ୍କା ସରକାର ବହନ କରିବେ । ପୂର୍ବରୁ ବାଲି ଦରରେ ଲଗାମ ଲଗାଇୱା ପାଇଁ ଏମ୍ଏସପି ଘୋଷଣା କରିଛନ୍ତି ରାଜ୍ୟ ସରକାର ।

ସେପଟେ ସାରା ରାଜ୍ୟରେ ବାଲି ଦର ସମାନ ରହିବ।ଏଥିପାଇଁ ରାଜ୍ୟ ସରକାର ବାଲି ପାଇଁ ଏମ୍‌ଏସ୍‌ପି (ସର୍ବାଧିକ ବିକ୍ରୟ ମୂଲ୍ୟ) ଲାଗୁ କରିବେ । ଏଣିକି ସରକାର ଯେଉଁ ଦାମ୍ ଧାର୍ଯ୍ୟ କରିବେ, ବାଲିଘାଟ ଲିଜ୍‌ଧାରୀ ସେହି ଦାମ୍‌ରେ ଲୋକଙ୍କୁ ବାଲି ବିକ୍ରି କରିବେ । ଯିଏ ଅଧିକ ଦାମ୍‌ରେ ବାଲି ବିକିବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି ।