ଭୁବନେଶ୍ୱର, ୧୬/୧୦: ଆଜି ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ । ୭୯ ବର୍ଷରେ ପାଦଦେଲେ ନବୀନ ପଟ୍ଟନାୟକ । ନିଜର ନିଆରା ଓ ଭିନ୍ନ ରାଜନୀତି ପାଇଁ ସବୁବେଳେ ଚର୍ଚ୍ଚାରେ ଥିବା ନବୀନ ଏଥର ନିଜ ଜନ୍ମଦିନକୁ ଭିନ୍ନ ଢ଼ଙ୍ଗରେ ପାଳନ କରିବେ । ସେ ସର୍ବସାଧାରଣ କାର୍ଯ୍ୟକ୍ରମରେ ସାମିଲ ହେବେ । ଭୁବନେଶ୍ବର ଏକାମ୍ର ନିର୍ବାଚନ ମଣ୍ଡଳୀରେ ଦଳୀୟ ପଦଯାତ୍ରାରେ ଯୋଗଦେଇ କର୍ମୀମାନଙ୍କୁ ଉତ୍ସାହିତ କରିବେ ।
୧୯୪୬ ମସିହା ଅକ୍ଟୋବର ୧୬ ତାରିଖରେ ନବୀନଙ୍କ ଜନ୍ମ।
୧୯୯୭ରେ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଲୋକସଭା ନିର୍ବାଚନ ଲଢ଼ିଥିଲେ। ପରବର୍ତ୍ତୀ ସମୟରେ ବିଜେଡି ଗଠନ ପରେ ସେ ସଭାପତି ହେଲେ ।୨୦୦୦ ମସିହାରେ ବିଜେଡି-ବିଜେପି ମେଣ୍ଟ ଶାସନକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ। ୨୪ ବର୍ଷ ଲଗାତାର ମୁଖ୍ୟମନ୍ତ୍ରୀ ପଦବୀରେ ରହି ରେକର୍ଡ ସ୍ଥାପନ କରିଛନ୍ତି।
ଲମ୍ବା ସମୟ ଧରି ମୁଖ୍ୟମନ୍ତ୍ରୀ ରହିବାରେ ସେ ଦେଶରେ ଦ୍ବିତୀୟ ମୁଖ୍ୟମନ୍ତ୍ରୀ