ହିନ୍ଦୋଳ ବନାଞ୍ଚଳରେ ଶିକାରୀ ଗୁଳିରେ ଫରେଷ୍ଟର ମୃତ୍ୟୁ ଘଟଣା, ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪/୦୫: ହିନ୍ଦୋଳ ରେଞ୍ଜ ରାଜମୋହନପୁର ଜଙ୍ଗଲରେ ପାଟ୍ରୋଲିଂ କରୁଥିବାବେଳେ କାର୍ଯ୍ୟରତ ଫରେଷ୍ଟ ଗାର୍ଡ ପ୍ରହଲ୍ଲାଦ ପ୍ରଧାନଙ୍କ ମୃତ୍ୟୁ ହୋଇଛି । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଏଥିସହ ୩୦ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରିଛନ୍ତି । ସୂଚନା ଅନୁଯାୟୀ , ଗତକାଲି ରାତିରେ କିଛି ଶିକାରୀ ଜନ୍ତୁ ଶିକାର କରୁଥିବା ଖବର ପାଇ ପରେଷ୍ଟର୍ ପ୍ରହଲ୍ଲାଦ ପ୍ରଧାନ ହିନ୍ଦୋଳ କଇ ଜଙ୍ଗଲ ନିକଟସ୍ଥ ସରାସିଂହ ଗ୍ରାମ ନିକଟକୁ ଯାଇଥିଲେ । ଫରେଷ୍ଟର ୧୩ଜଣ କର୍ମଚାରୀଙ୍କ ସହଯୋଗରେ ଘଟଣା ସ୍ଥଳରେ ଚଢ଼ଉ କରିଥିଲେ । ସେତେବେଳେ ୪ ଜଣ ଶିକାରୀ ଏକ ମସୁରୀ ଟାଙ୍ଗୀ ଜଙ୍ଗଲରୁ ଜନ୍ତୁ ଶିକାର କରୁଥିବା ମାଂସକୁ ନିଜ ଭିତରେ ବଣ୍ଟନ କରୁଥିଲେ । ବନ କର୍ମଚାରୀଙ୍କୁ ଦେଖି ଶିକାରୀମାନେ ହଠାତ୍ କର୍ମଚାରୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଶିକାରୀ ଗୁଳିରେ ଫରେଷ୍ଟର୍‌ଙ୍କ ପେଟରେ ଗୁଳି ବିଦ୍ଧ ହେବା ପରେ ସଙ୍ଗେ ସଙ୍ଗେ ତାଙ୍କର ମୃତ୍ୟୁ ହୋଇଛି ।

Leave a Reply

Your email address will not be published. Required fields are marked *