ଝାଡ଼ାବାନ୍ତି ବ୍ୟାପିବା ଘଟଣା, ବିଭିନ୍ନ ହୋଟେଲରେ ଫୁଡ୍ ସ୍କ୍ବାଡ୍‌ ଅଧିକାରୀ

ଭୁବନେଶ୍ୱର,୧୬/୦୬: ଜିଲ୍ଲାକୁ ଜିଲ୍ଲା ଝାଡ଼ାବାନ୍ତି ବ୍ୟାପିବା ପରେ ଏବେ ତତ୍ପର ହୋଇଛି ପ୍ରଶାସନ । ଭୁବନେଶ୍ବରରୁ ଯାଜପୁର, କେନ୍ଦ୍ରାପଡ଼ାରୁ ଭଦ୍ରକ । ସବୁ ଅଞ୍ଚଳରୁ ଆସିଛି ସମାନ ଖବର । ହୋଟେଲ, ଫଳ ଦୋକାନ, ଫୁଡ୍ ଷ୍ଟଲ୍‌, ସବୁଠି ଚଢାଉ କରିଛନ୍ତି ଫୁଡ୍ ସ୍କ୍ବାଡ୍‌ ଅଧିକାରୀ । ଏକାଧିକ ଅଧିକାରୀ ଅତର୍କିତ କରୁଛନ୍ତି ଚଢ଼ଉ । ଏହା ଯେପରି ଆଉ ବ୍ୟାପକ ନହେବ ସେଥିପାଇଁ ବିଭିନ୍ନ ହୋଟେଲ ଏବେ ଫୁଡ୍ ସ୍କ୍ବାର୍ଡ ଅଧିକାରୀଙ୍କ ସ୍କାନରରେ ।

ଭୁବନେଶ୍ବରର ବିଭିନ୍ନ ହୋଟେଲରେ ଅତି ଅପରିଷ୍କାର ପରିବେଶରେ ଖାଦ୍ୟ ପ୍ରସ୍ତୁତି ହେଉଛି ।  ତେଣୁ ବାସି ଖାଦ୍ୟ ପାଇଁ ହୋଟେଲଗୁଡିକ ଉପରେ ମୋଟା ଅଙ୍କର ଜରିମାନା ସହ ତାଗିଦ କରିଛନ୍ତି ଅଧିକାରୀ ।

ସୂଚନାଯୋଗ୍ୟ ଯେ, ଝାଡ଼ାବାନ୍ତିର ହଟସ୍ପଟ ଯାଜପୁର । ଝାଡ଼ାବାନ୍ତି ଯେପରି ନବ୍ୟାପିବ ସେଥିପାଇଁ ସ୍ବାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ଥିବା ହୋଟେଲ, ରେସ୍ତୋରାଁ, ରାସ୍ତାକଡ଼ ଖାଦ୍ୟ ଷ୍ଟଲ୍‌ ଉପରେ ଚଢ଼ାଉ କରି ସିଲ୍‌ କରାଯାଇଛି । ଗାଁରେ ଭୋଜିଭାତ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *