ନୂଆଦିଲ୍ଲୀ,୧୧/୦୩: କମ୍ପାନୀ ଗୁଡ଼ିକ ଅନ୍ତର୍ଜାତୀୟ ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି କରିଛନ୍ତି। ବ୍ଲୁମବର୍ଗ ପକ୍ଷରୁ ଏକ ରିପୋର୍ଟରେ ଏହା କୁହାଯାଇଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ହରମୁଜ ପ୍ରଣାଳି ଦେଇ ତୈଳ ପରିବହନ ପ୍ରଭାବିତ ହୋଇଛି। ଆଉ ଫଳରେ ଅଶୋଧିତ ତୈଳଦର ଓ ଜେଟ୍ ଇନ୍ଧନ ମୁଲ୍ୟ ବୃଦ୍ଧି ହେବାରେ ଲାଗିଛି। ଏହାର ପ୍ରଭାବ ବିଶ୍ବ ବିମାନ ଶିଳ୍ପ ଉପରେ ଦେଖାଦେଇଛି। ରିପୋର୍ଟ କହିଛି ଯେ, ଭାରତୀୟ ବିମାନ କମ୍ପାନୀମାନେ ଟିକେଟ୍ ଦର ଆଗକୁ ଆହୁରି ବଢ଼ାଇ ପାରନ୍ତି।