ଲଗାଣ ବର୍ଷା ଫଳରେ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ବନ୍ୟା, ୩୦ ମୃତ

ନୂଆଦିଲ୍ଲୀ,୧/୦୬: ଲଗାଣ ବର୍ଷା ଫଳରେ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ବନ୍ୟା ସ୍ଥିତି ଉପୁଜିଛି। ଏହାସହ ସଡ଼କ ପରିବହନ, ରେଳ ଏବଂ ବିମାନ ସେବା ମଧ୍ୟ ପ୍ରଭାବିତ ହୋଇଛି। ଆସାମ, ତ୍ରିପୁରା, ସିକିମ ଏବଂ ଅରୁଣାଚଳ ପ୍ରଦେଶରେ ବନ୍ୟା ଯୋଗୁଁ ୩୦ ଜଣ ଲୋକଙ୍କ ଜୀବନ ଯାଇଛି।ଭାରତୀୟ ପାଣିପାଗ ବିଭାଗ ରିପୋର୍ଟ ଅନୁସାରେ ପଶ୍ଚିମ ତ୍ରିପୁରା ଏବଂ ଖୋୱାଇ ପାଇଁ ରେଡ୍ ଆଲର୍ଟ ଜାରି କରିଛି। ଏହା ବ୍ୟତୀତ, ବନ୍ୟା ଯୋଗୁଁ ରାଜ୍ୟଗୁଡ଼ିକରେ ସଡ଼କ ପରିବହନ, ଭୂସ୍ଖଳନ, ଫସଲ କ୍ଷତି ଏବଂ ବିଦ୍ୟୁତ୍ ଯୋଗାଣ ସମସ୍ୟା ବିଷୟରେ ସତର୍କ କରାଇଛି।
ତ୍ରିପୁରାରେ ପ୍ରବଳ ବର୍ଷା ଏବଂ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି, ମୋଟ ୧୩୦୦ ପରିବାରକୁ ରିଲିଫ୍ ଶିବିରକୁ ସ୍ଥାନାନ୍ତର କରାଯାଇଛି।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସାମ, ମଣିପୁର, ସିକିମ ଏବଂ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀମାନଙ୍କୁ ଟେଲିଫୋନ କରି ବନ୍ୟା ପରିସ୍ଥିତିର ସମୀକ୍ଷା କରିଛନ୍ତି ଏବଂ ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *